ଝାରସୁଗୁଡ଼ା: ଜାଲ ନୋଟ ଜବତ, ୩ ଅଟକ

ଝାରସୁଗୁଡ଼ା: ଚିଖିଲାପାଲି ଗ୍ରାମରେ ୬୫ ହଜାର ଟଙ୍କାର ଜାଲ ନୋଟ ଜବତ କରିଛି ରେଙ୍ଗାଲି ପୁଲିସ। ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛ। ସେମାନଙ୍କ ଠାରୁ ୧୧୦ ଖଣ୍ଡ ୫୦୦ ଟଙ୍କିଆ ଓ ୫ ଖଣ୍ଡ ୨୦୦୦ ଟଙ୍କିଆ ଜାଲ ନୋଟ୍‌ ଜବତ କରାଯାଇଛି। ଓଡିଶା-ଛତିଶଗଡ଼ ସୀମାନ୍ତ ବିଭିନ୍ନ ଗ୍ରାମାଞ୍ଚଳରେ ଜାଲ ନୋଟ କାରବାର କରୁଥିବା ସୂଚନା ପାଇ ପୁଲିସ ଆଜି ଚିଖିଲାପାଲି ଗାଁରେ ଚଢ଼ାଉ କରିଥିଲା। ଜାଲ ନୋଟ୍‌ କାରବାର ପଛରେ ଏକ ରାକେଟ୍‌ ରହିଥିବା ପୁଲିସ ସନ୍ଦେହ କରୁଛି।

ଘଟଣା ରେ ସମ୍ପୃକ୍ତ ଥିବା ତିନି ଜଣ ବ୍ୟକ୍ତି ଚିଖଳାପାଲିର ବିରାଟ ଗୁପ୍ତା, ଛତିଶଗଡ଼ ତିନିମିନିର ମୁକୁନ୍ଦ ଗୁପ୍ତା ଓ ଚାଟିପାଲିର ଦିନେଶ୍‌ ବିଶ୍ୱାଳଂକୁ ପୁଲିସ ଅଟକ ରଖି ଅଧିକ ତଦନ୍ତ କରୁଥିବା ରେଙ୍ଗାଲି ଥାନା ଅଧିକାରୀ ଗିତି ରଞ୍ଜନ ମହାପାତ୍ର କହିଛନ୍ତି । ଏହି ଯୁବକ ମାନଙ୍କ ଠାରୁ ଜାଲ ଟଙ୍କା ସହିତ କାଗଜ ଓ ପ୍ରିଣ୍ଟର ଜବତ କରିଛି ପୁଲିସ।

ସମ୍ବନ୍ଧିତ ଖବର