ପୁଣି ୧୧କେଭି ବିଦ୍ୟୁତ ତାର ଛିଣ୍ଡିଲା, ଜଙ୍ଗଲକୁ ନିଆଁ ବ୍ୟାପିଲା

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ରାଇସୁଆଁ ଗ୍ରାମ ଖଣ୍ଡାଧୂଆ ନାଳ ନିକଟ ମହାନ୍ତ ସାହିରେ ଉଚ୍ଚଶକ୍ତି ସମ୍ପନ୍ନ ୧୧କେଭି ବିଦ୍ୟୁତ ତାର ଛିଣ୍ଡି ପଡିଛି। ଗତକାଲି ରାତି ପ୍ରାୟ ସାଢେ ନଅଟା ବେଳେ ହଠାତ ତାରଟି ଛିଣ୍ଡି ପଡିବାରୁ ଘଟଣାସ୍ଥଳରେ ନିଆଁ ଲାଗିଯାଇଥିଲା। ନିଆଁରେ ପଡୋଶୀ କୃଷ୍ଣଚନ୍ଦ୍ର ମହାନ୍ତଙ୍କ ବଗିଚା ବାଡ ଜଳିଯିବା ସହ ପାଖ ଜଙ୍ଗଲକୁ ନିଆଁ ବ୍ୟାପିଯାଇଛି। ସୌଭାଗ୍ୟକୁ କୌଣସି ଜୀବନହାନୀ ଘଟିନଥିବା ଜଣାପଡିଛି। ପୁରୁଣା ବିପଦସଂଙ୍କୁଳ ବିଦ୍ୟୁତ ତାର ଓ ରକ୍ଷଣାବେକ୍ଷଣ ଅଭାବରୁ ନିର୍ଦ୍ଦିଷ୍ଟ ସ୍ଥାନରେ ବାରମ୍ବାର ଅଘଟଣ ଘଟୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଗତ ୪ ତାରିଖ ଅପରାହ୍ନ ୫ଟା ବେଳେ ସେହି ସ୍ଥାନରେ ୧୧କେଭି ବିଦ୍ୟୁତ ତାର ପ୍ରଭାକର ମହାନ୍ତଙ୍କ ୮ ପୁଅ ସିପୁନ ଉପରେ ଛିଣ୍ଡି ପଡିବାରୁ ସଂଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର