ଯୋଡ଼ା: ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା

ଯୋଡ଼ା: କେନ୍ଦୁଝର ଜିଲ୍ଲାର ଯୋଡ଼ା ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାକାର ଗଣେଶ ଭବନ ନିକଟରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟା ବେଳେ ଗଣେଶ ଭବନ ନିକଟରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଦୁଇଜଣ ଯୁବକ ଛୁରି ଭୁସିଥିଲେ। ତାଙ୍କର ଚିତ୍କାର ଶୁଣି ସେଠାରେ କିଛି ଲୋକ ପହଞ୍ଚି  ତାକୁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଉକ୍ତ ଯୁବକଙ୍କର ମୃତ୍ୟୁ ହୋଇଥିଲା। ଛୁରାମାଡ଼ର କାରଣ ଏଯାଏଁ ଜଣାପଡ଼ିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାଯାଇଛି।

ମୃତକଙ୍କର ନାମ ନାଜିନ୍ ଶେଖ୍। ତାର ବୟସ ୨୨ ବର୍ଷ। ସେ ଜଣେ ଠିକାଦାର ପାଖରେ କାମ କରୁଥିଲେ। ତାଙ୍କର ଘର ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବୋଲି ସୂଚନା ମିଳିଛି। କିନ୍ତୁ ଏଯାଏ ହତ୍ୟାକାରୀମାନଙ୍କୁ ପୁଲିସ ଧରିନଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର