ଚୋରି ଅଭିଯୋଗରେ ୨ ଗିରଫ

ବଡ଼ବିଲ : ବଡ଼ବିଲ ପୁଲିସ ଏକ ର‍୍ୟାକେଟର ଦୁଇ ଚୋରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଚୋରି ସାମଗ୍ରୀ ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବଡ଼ବିଲ ଥାନା ଗାଢାହଟିଂ ଅଞ୍ଚଳର ମନୋଜ ରାଜ୍‌ପୁତ୍‌ ଓ ସନ୍ଦିପ କାଣ୍ଡୁଲାନା। ଦୁହିଁଙ୍କଠାରୁ ୧୩ଟି ମୋବାଇଲ ଫୋନ, ୩ ଟି ଏଲ୍‌ଇଡି ଟିଭି, ୨ ଟି କ୍ୟାମେରା, ଗୋଟିଏ ସାଉଣ୍ଡ ସିଷ୍ଟମ୍‌ ଓ ଏକ ଧାରୁଆ ମାରଣାସ୍ତ୍ର ଜବତ ହୋଇଛି। ଗତ କିଛି ଦିନ ହେବ ବିଭିନ୍ନ କାର୍ଯ୍ୟାଳୟ, ହୋଟେଲ, ଘରୁ, ମୋବାଇଲ, ଟିଭି, ସାଉଣ୍ଡ ସିଷ୍ଟମ, ନଗଦ ଟଙ୍କା ଚୋରି ହୋଇଥିବା ନେଇ ବଡ଼ବିଲ ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିଲା। ଏହି ର‍୍ୟାକେଟ୍‌କୁ ଧରିବା ପାଇଁ ବଡ଼ବିଲ ଏସ୍‌ଡିପିଓ ରାହୁଲ୍‌ ଜେନ୍‌ଙ୍କ ନିର୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ବଡ଼ବିଲ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ୪ ଜଣ ଏସ୍‌ଆଇ ସୌରଭ ସାମଲ, ରମାନନ୍ଦ ସାହୁ, ବିଭୁପ୍ରସାଦ ରାଉତ ଓ ସୁନିତା ବେହେରାଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ଗତ ଏକ ସପ୍ତାହ ଧରି ବିଭିନ୍ନ ସ୍ଥାନରେ ଚଢ଼ଉ କରି ସିସି ଟିଭି ଫୁଟେଜ୍‌ ସଂଗ୍ରହ କରିବା ସହ ଯାଞ୍ଚ କରୁଥିଲା। ଏହାପରେ ଉଭୟଙ୍କୁ ଧରିବାରେ ଏହି ଟିମ୍‌ ସକ୍ଷମ ହୋଇଥିବା ବଡ଼ବିଲ ଏସ୍‌ଡିପିଓ ରାହୁଲ ଜେନ୍‌ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବଡ଼ବିଲ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର