ଆନନ୍ଦପୁର: ପୁଲିସ୍ ଓ ବନ ବିଭାଗର ମିଳିତ ଚଢଉ, ଲକ୍ଷାଧିକ ଟଙ୍କାର କାଠ ଜବତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡର ଚମ୍ପାପାଳ ଗାଁରେ ଘଷିପୁରା ପୁଲିସ୍ ଓ ଦେଓଗାଁ ବନ ବିଭାଗର ମିଳିତ ଚଢଉ ହୋଇଥିବାର ଖବର ମିଳିଛି। ଏଠାରୁ ଲକ୍ଷାଧିକ ଟଙ୍କାର କାଠ ଜବତ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ବିଶେଷ ସୂତ୍ରରୁ ଖବର ପାଇ ଦେଓଗାଁ ବନ ବିଭାଗ ଓ ଘଷିପୁରା ଥାନା ପୁଲିସର ଏକ ଟିମ୍ ଚମ୍ପାପାଳ ଗାଁରେ ଚଢଉ କରିଥିଲା। ଅନେକ ସମୟରେ ଏହି ଗାଁରେ ଚୋରା କାଠ କାରବାରର ଅଭିଯୋଗ ହେଇ ଆସୁଥିଲା। ତେବେ ଆଜି ବନ ବିଭାଗ ଓ ପୁଲିସକୁ ଏକ ବଡ଼ ସଫଳତା ମିଳିଛି।

ଆନନ୍ଦପୁର ଡିଏଫଓଙ୍କ ତତ୍ତ୍ବାବଧାନରେ ଦେଓଗାଁ ରେଞ୍ଜର, ଫରେଷ୍ଟର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଚଢଉରେ ଘଷିପୁରା ପୁଲିସ ସହଯୋଗ କରିଥିଲା। ଜବତ କାଠକୁ ଦେଓଗାଁ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର