ଖୋର୍ଦ୍ଧାରେ ଅବକାରୀ ବିଭାଗର ଚଢ଼ଉ : ୬୦ଲିଟର ଦେଶୀ ମଦ ସହ ୩୯ ଲିଟର ବିୟର ଜବତ, ୪ ଗିରଫ

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ସ୍କ୍ୱାଡ୍ ଚଢ଼ଉରେ ୬୦ଲିଟର ଅପମିଶ୍ରିତ ଦେଶୀ ମଦ (ଆଇଡି) ଓ ୩୯ଲିଟର ବିୟର ଜବତ କରାଯିବା ସହ ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି ।

ସୂଚନାନୁସାରେ, କୌଣସି ସୂତ୍ରରୁ ସୂଚନା ପାଇ ଖୋର୍ଦ୍ଧା ଅବକାରୀ ସ୍କ୍ୱାଡ୍ ଓ ଭୁବନେଶ୍ୱର ମୋବାଇଲ୍ ସ୍କ୍ୱାଡ୍ ପକ୍ଷରୁ ବେଗୁନିଆ ଥାନା ଅନ୍ତର୍ଗତ ରାସୋଳ ଓ ଗେଡ଼ିଆପଲ୍ଲୀରେ ଚଢ଼ଉ କରାଯାଇଥିଲା । ଚଢ଼ଉରେ ୬୦ଲିଟର ଅପମିଶ୍ରିତ ଦେଶୀ ମଦ (ଇଲିସିଟ ଡିଷ୍ଟିଲାରି ଲିକର) ସହ ୩୯ଲିଟ ବିୟର ଜବତ କରାଯାଇଥିଲା । ଏହି ମଦଚାଲାଣ କରୁଥିବା ୪ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ସଦର ଥାନା ଅନ୍ତର୍ଗତ କାଇପଦର ବାରିକ ସାହିର ନବ କିଶୋର ପ୍ରଧାନ (୪୯), ଦଧିମାଛଗାଡ଼ିଆ ଦେଉଳଟାଙ୍ଗୀର ଶ୍ରୀନିବାସ ମାଝି(୩୨) ଓ ତ୍ରିନାଥ ମାଝି (୪୦) ଏବଂ ଗେଡିଆ ପଲ୍ଲୀର ମନୋଜ ତରାଇ ଓରଫ ପପୁ (୨୫) । ନବ କିଶୋର, ଶ୍ରୀନିବାସ ଓ ତ୍ରିନାଥଙ୍କୁ ରସୋଳ ନିକଟରେ ୬୦ଲିଟର ଦେଶୀ ମଦ ସହ ମଦ ନେଇଯାଉଥିବା ଦୁଇଟି ହୋଣ୍ଡା ଗ୍ଲାମର ମୋଟର ସାଇକଲ୍ ଜବତ କରାଯାଇଥିବା ବେଳେ ମନୋଜଙ୍କୁ ଗେଡ଼ିଆପଲ୍ଲୀ ନିକଟରେ ୩୯ଲିଟର ଦେଶୀ ମଦ ସହ ଗିରଫ କରାଯାଇଥିଲା ।

୪ଜଣଙ୍କ ବିରୋଧରେ ୩ଟି ପୃଥକ ମାମଲା ରୁଜୁ କରାଯିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ରଂଜନ କୁମାର ନାୟକ ସୂଚନା ଦେଇଛନ୍ତି। ଏହି ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଅବକାରୀ ଏସ୍ଆଇ ହୃଦୟ ଚନ୍ଦ୍ର ସାମନ୍ତ, ଏଏସ୍ଆଇ ସୁଜିତ ମୁଦୁଲି, ଅକ୍ଷୟ କୁମାର ଜେନା, କନେଷ୍ଟବଳ ରାଜେନ୍ଦ୍ର ସେସ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର