ମାଉସୀ ଏଇ ପଟେ ବାଟ ଅଛି କି… ଏମିତି କିଛି କଥା ପଚାରି ଲୁଟେରା ବୃଦ୍ଧାଙ୍କ ଠାରୁ ଲୁଟି ନେଲେ ସୁନା ଚେନ

କୋରାପୁଟ: କୋରାପୁଟ ସହରରେ ସୁନା ଚେନ ଲୁଟେରା ମାତିବା ଆରମ୍ଭ କଲେଣିି । ଆଜି ଦିନ ଦୁଇ ପ୍ରହରରେ ଟାଉନ ଥାନା ଅନ୍ତର୍ଗତ ଭାଣ୍ଡି ସାହିରୁ ଜଣେ ବୃଦ୍ଧାଙ୍କ ଠାରୁ ସୁନା ଚେନ ଲୁଟି ଲୁଟେରା ଫେରାର ହୋଇ ଯାଇଛନ୍ତି। ଲୁଟର ଶିକାର ହୋଇଥିବା ବୃଦ୍ଧାଙ୍କ ନାମ ଚମ୍ପା ବେହେରା ବୟସ ୮୦ବର୍ଷ ବୋଲି ଜଣାପଡ଼ିଛି। ଏନେଇ ପରିବାରବର୍ଗ ଟାଉନ ଥାନାର ଦ୍ୱାର ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ବୃଦ୍ଧାଚମ୍ପା ଘର ସମ୍ମୁଖରେ ଦିନ ୧ଟାରେ ଠିଆ ହୋଇଥିଲେ । ଏହି ସମୟରେ ଦୁଇ ଜଣେ ଯୁବକ ଚାଲି ଚାଲି ଆସି ଏପଟେ ରାସ୍ତା ଅଛି କି ବୋଲି ପଚାରିଥିଲେ । ଏହାପରେ ଚମ୍ପା କିଛି ବୁଝିବା‌ ପୂର୍ବରୁ ଲୁଟେରା ତାଙ୍କ ବେକରୁ ସୁନା ଚେନ ଲୁଟି ନେଇ କ୍ଷୀପ୍ର ଗତିରେ ଦୌଡି ପଳାଇଥିଲେ । ପରିବାରବର୍ଗଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର