କର୍ମଚାରୀ ସଂଘ ବୈଠକରେ ଆଲୋଚନା: ଦାବି ହାସଲ ସକାଶେ ଆନ୍ଦୋଳନ ହିଁ ମାଧ୍ୟମ ନୁହେଁ

ଲକ୍ଷ୍ମୀପୁର: ରାଜ୍ୟର ୪୮୮ଟି ମହାବିଦ୍ୟାଳୟର ଅଧ୍ୟକ୍ଷ ପଦବି ଗୁଡିକ ରାଜ୍ୟ ସରକାରଙ୍କ ଦ୍ୱାରା ପଦବି ଚୟନ ପ୍ରକ୍ରିୟା ସରିଛି କିନ୍ତୁ କ୍ୟାଡର ହୋଇପାରିନାହିଁ। ବର୍ତ୍ତମାନ ଏହି ମାମଲା କୋର୍ଟରେ ପଡି ରହିଛି। କୋରପୁଟ ଜିଲ୍ଲାର ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଜିଲ୍ଲା ନିଖିଳ ଓଡିଶା ବେସରକାରୀ କଲେଜ୍‌ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକରେ ଆଲୋଚନା ହୋଇଛି ଯେ, ଦାବି ହାସଲ ସକାଶେ ଆନ୍ଦୋଳନ ହିଁ ମାଧ୍ୟମ ନୁହେଁ।

୪୮୮ଟି ଡିଡିଓ ପଦବି ପୁରଣ କରିବା ପରିବର୍ତ୍ତେ ଅଧ୍ୟକ୍ଷଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯିବା ବ୍ୟବସ୍ଥା, କଲେଜ କର୍ମଚାରୀଙ୍କ ମାସିକ ଦରମାର ବିଲ୍‌ ଅଧ୍ୟକ୍ଷଙ୍କ ଠାରେ ପାରିତ ନହୋଇ ଜିଲ୍ଲାର ଉପ-ଜିଲ୍ଲାପାଳଙ୍କ ପାଖକୁ ପଠାଯିବା ଭଲି ବ୍ୟବସ୍ଥାକୁ ସଂଘ ବିରୋଧ କରୁଥିବା ବେଳେ ପ୍ରଶାସନିକ ଅବହେଳା କାରଣରୁ ଅନେକ ନ୍ୟାର୍ଯ୍ୟ ଦାବି ଗୁଡିକ ପଡିରହିଛି। ଏପରିକି ଅଧ୍ୟାପକଙ୍କ ଗ୍ରାଚୁଇଟି କମାଇବା, ନିର୍ଧିଷ୍ଠ ସମୟ ଭିତରେ ସିଲାବସ୍‌ ଅନୁଯାୟୀ ପାଠ୍ୟ ପଢା ସମାପ୍ତ କରିବା, ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ସମନ୍ଵୟ ନରଖାଯିବା, ସପ୍ତମ ବେତନ କମିସନ ସୁପାରିସ ଅନୁଯାୟୀ ରାଜ୍ୟର ୫ଲକ୍ଷ କର୍ମଚାରୀଙ୍କୁ ଜାନୁୟାରୀ ୧,୨୦୧୬ରୁ ପ୍ରଦାନ କରାଯାଉଥିବା ବେଳେ ସେମାନଙ୍କୁ ଅକ୍ଟୋବର୨୦୧୭ରୁ ଦିଆଯାଇଛି।

ତେଣୁ ଆସନ୍ତା ଡିସେମ୍ବର ୨୩ ତାରିଖରେ ଭୁବନେଶ୍ୱର ଠାରେ ସଂଘ ତରଫରୁ ରାଜ୍ୟ ସମ୍ମିଳନୀ ଡକାଯାଇଛି, ଯେଉଁଥିରେ ସରକାରଙ୍କ ସହ ଆଲୋଚନା କରାଯିବ। ଯଦି ରାଜ୍ୟ ସରକାର ଏଥିରେ ସେମାନଙ୍କ ଦାବି ଗୁଡିକ ଉପରେ ସହମତି ପ୍ରକାଶ ନକରନ୍ତି ତାହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସାଧାରଣ ସଂପାଦକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର