ଜେଲରେ କଏଦୀଙ୍କ ମୃତ୍ୟୁ

କୋରାପୁଟ: ହତ୍ୟା ଅଭିଯୋଗରେ ଜେଲରେ ରହିଥିବା ଜଣେ କଏଦୀଙ୍କ ଆଜି ମୃତ୍ୟୁ ହୋଇଛି। ତାଙ୍କ ନାମ ରାମ ହନ୍ତାଳ ଓ ବୟସ ୮୦ବର୍ଷ ବୋଲି ଜଣାପଡିଛି। ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଗତ ୨୦୦୪ରୁ କୋରାପୁଟ ଜେଲରେ ରହୁଥିଲେ ମାଲକାନଗିରି ଜିଲ୍ଲାର ରାମ ହନ୍ତାଳ। ବୟସ ଅଧିକ ହୋଇଯିବାରୁ ସେ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇ ଶଯ୍ୟାଶାୟୀ ହୋଇ ପଡିଥିଲେ। ଆଜି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜେଲ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ପରେ ଏସଏଲଏନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆସନ୍ତାକାଲି ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର