ପଥର ଖଣିରେ ଅଘଟଣ, ବିସ୍ଫୋରଣରେ ଛାତ୍ରଙ୍କର ମୃତ୍ୟୁ 

ଜୟପୁର (ଇମିସ): ବେଆଇନ ପଥର ଖଣିରେ ବିସ୍ଫୋରଣ ହେବା ଫଳରେ ଆଜି ଜଣେ ଛାତ୍ରଙ୍କର ଜୀବନ ଯାଇଛି। ଛାତ୍ରଜଣକ ହେଲେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ କୁସୁମୀ ପଥର କୁଆଁରୀରେ କାର୍ଯ୍ୟରତ ଖୁତୁଗୁଡା ଗାଁର ନିରଞ୍ଜନ ନାଇକ(୧୮)। ଆଜି ଦିନ ପ୍ରାୟ ୧୧ଟାବେଳେ କୁଆଁରୀରେ ପଥର ଖଣି ବା କୁଆଁରୀରେ ବିସ୍ଫୋରଣ ଘଟିଥିବାବେଳେ ଗୁରୁତର ହୋଇଥିଲେ ଗୋବିନ୍ଦପାଲି  କଲେଜରେ ଯୁକ୍ତଦୁଇ କଳାର ଦ୍ବିତୀୟ ବର୍ଷରେ ପଢୁଥିବା ନିରଞ୍ଜନ। ତାଙ୍କୁ ପ୍ରଥମେ କୁସୁମି ଏସଏଚସିରେ ପ୍ରାଥମିକ ଚକିତ୍ସା କରାଯିବା ପରେ ଜୟପୁର ଜିଲ୍ଲା ମେଡିକାଲକୁ ଅଣାଯିବା ବାଟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିବା ଜଣାପଡିଛି।

ବାପା ନରସିଂହ ନାୟକ ଅଭିଯୋଗ କରିଛନ୍ତି ଯେ ବ୍ଲାଷ୍ଟିଂ ପାଇଁ ବାରୁଦ ସାମଗ୍ରୀ ନେଉଥିବା ବେଳେ ବିସ୍ଫୋରଣରେ ହାତ, ତଳିପେଟ ତଥା ଅନ୍ୟାନ୍ୟ ଶରୀର ବ୍ୟାପକ ଭାବେ ଫାଟିଗଲା ତାଙ୍କୁ ପ୍ରଥମେ କୁସମୀ ମେଡିକାଲ ଭର୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ନଥିବାରୁ ତାଙ୍କୁ ଜିଲ୍ଲା ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସେ ଗୋବିନ୍ଦପାଲି ମହାବିଦ୍ୟାଳୟରେ ଯୁକ୍ତଦୁଇ କଳାର ଦ୍ବିତୀବର୍ଷର ଛାତ୍ର ହୋଇଥିବାବେଳେ ରିଆଡମିଶନ ପାଇଁ ଅର୍ଥର ଆବଶ୍ୟକତା ରହିଥିଲା। ଏଥିପାଇଁ ସେ ଏହିଠାରେ କାମ କରୁଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ବିସ୍ଫୋରଣ ଦିନ ୧୧ଟାବେଳେ ଘଟିଥିବାବେଳେ ଦୁଇଘଣ୍ଟାକାଳ ବିସ୍ଫୋରଣସ୍ଥଳରେ ପଡି ରହିଥିଲା ନିରଞ୍ଜନ। ଏହାପରେ ପରିବାରବର୍ଗ ମେଡିକାଲକୁ ଆଣୁଥିବା ବାଟରେ ତାଙ୍କୁ ମୃତ୍ୟୁ ଘଟିଥିଲା। ସନ୍ଧ୍ୟାସୁଦ୍ଧା ଜୟପୁର ଜିଲ୍ଲା ମେଡିକାଲର ବାରଣ୍ଡାରେ ଶବ ପଡିରହିଥିବାବେଳେ ରାତି ୮ଟାବେଳେକୁ ପୁଲିସ ପହଞ୍ଚି ଆଇନଗତ ପଦକ୍ଷେପ ନେଇଥିବା ଜଣାପଡିଛି।

ତେବେ ପଥର ବ୍ଲାଷ୍ଟିଂକୁ ନେଇ ଦ୍ବନ୍ଦ ଉପୁଜିଛି। ଜିଲ୍ଲା ପ୍ରଶାସନ ଓ ପୁଲିସ ଅଞ୍ଚଳରେ ଥିବା ଦୁଇଟି କୁଆଁରୀରେ ବ୍ଲାଷ୍ଟିଂ ବନ୍ଦ ରହିଥିବା ଦାବି କରୁଥିବାବେଳେ ବିସ୍ଫୋରକ କେଉଁଠୁ ଆସିଲା ଓ ସମୟେ ସମୟରେ ଜୋର ଶବ୍ଦରେ ପଥର ଫଟା ମଧ୍ୟ ଗାଁ ଲୋକେ ଅଭିଯୋଗ କରିଛନ୍ତି। ତେବେ ଏନେଇ କୋଟପାଟ ଆଇଆଇସି ମୁଁ ଖୋଲୁ ନ ଥିବାବେଳେ ଦୋଷ ଝାଡି ଦେଇଛି ଜିଲ୍ଲା ପ୍ରଶାସନ। ତେବେ ଯୁବକ ଜଣକ ମାଛ ମାରିବାକୁ ନିକଟରେ ଥିବା ନଦୀକୁ ବିସ୍ଫୋରକ ନେଇ ମାଛ ମାରିବାକୁ ଯାଉଥିବାବେଳେ ବିସ୍ଫୋରଣ ହେବାରକୁ ଏପରି ସ୍ଥିତି ହୋଇଛି ବୋଲି କିଛି ଲୋକେ କହିଛନ୍ତି।

ଏନେଇ ଉପଜିଲ୍ଲାପାଳ ଲୋକନାଥ ଦଳବେହେରା କହିଛନ୍ତି ଯେ ଆରଆଇଙ୍କ ରିପୋର୍ଟ ମୁତାବକ କୌଣସି ପଥର କୁଆଁରୀ ନାହିଁ। ଏହି ଯୁବକ ଜଣକଙ୍କର ମତ୍ୟୁ ମାଛ ଧରିବାରେ ବିସ୍ଫୋରକ ବ୍ୟବହାର କରିବା ଫଳରେ ହୋଇଛି ବୋଲି ସେ କହିଛନ୍ତି। ତେବେ ଗାଁ ଲୋକେ ପଥର କୁଆଁରୀ ଚାଲିଥିବାରୁ ବିସ୍ଫୋରଣ ଶବ୍ଦ ଶୁଭୁଥିବାବେଳେ ଏହି ଯୁବକଙ୍କ ସହ ବହୁ ଯୁବକ ଏହି କୁଆଁରୀରେ କାମ କରୁଥିଲେ।

ସମ୍ବନ୍ଧିତ ଖବର