ନିଜ ସହ ଚେୟାର ଓ ଖାଦ୍ୟ ଆଣି ଆସିବେ; ଜାଣନ୍ତୁ ନିମନ୍ତ୍ରଣ କାର୍ଡରେ ଏଭଳି କାହିଁକି ଛପାଗଲା

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏକ ବିବାହର ନିମନ୍ତ୍ରଣ ପତ୍ର ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ନିମନ୍ତ୍ରଣ ପତ୍ରରେ ଅତିଥିମାନଙ୍କ ପାଇଁ ଯେଉଁ କଥା ଲେଖାଯାଇଛି, ସେ ନେଇ ପତ୍ରଟି ଭାଇରାଲ ହେବାରେ ଲାଗିଛି । ନିମନ୍ତ୍ରଣ ପତ୍ରରେ ଲେଖାଯାଇଛି, ଯଦି ସମୟ ପୂର୍ବରୁ ଆପଣମାନେ ବିବାହରେ ଯୋଗ ଦେବେ କି ନାହିଁ ଜଣାଇବେ ନାହିଁ, ତେବେ ବିବାହକୁ ନିଜ ଲାଗି ଚେୟାର ଓ ସାଣ୍ଡଓ୍ଵିଚ୍‌ ନେଇକି ଆସିବେ । ପ୍ରଥମେ ଜଣେ ବ୍ୟବହାରକାରୀ ଏହାକୁ ରେଡ୍ଡିଟ୍‌ରେ ସେୟାର କରିବା ପରେ ଲୋକେ ଏହି ନିମନ୍ତ୍ରଣ ପତ୍ରର ଚର୍ଚ୍ଚା କରିବାରେ ଲାଗିଛନ୍ତି । ତେବେ ଏଭଳି ନିମନ୍ତ୍ରଣ ପତ୍ର ପଠାଇଥିବା ଦମ୍ପତ୍ତିଙ୍କ ନାଁ ସାମ୍ନାକୁ ଆସି ନାହିଁ । ନିମନ୍ତ୍ରଣ ପତ୍ରରେ ଦମ୍ପତ୍ତି ସେପ୍ଟେମ୍ବର ୧୦ ମଧ୍ୟରେ ସୂଚନା ଦେବାକୁ କହିଥିଲେ ବୋଲି ଦେଖାଯାଇଛି ।

Viral: शादी के कार्ड पर लिखा- अपनी कुर्सी-खाना लेकर आएं, अगर...
aajtak.intoday.in

ତେବେ ଏଭଳି ନିମନ୍ତ୍ରଣ ପତ୍ର ଭାଇରାଲ ହେବା ପରେ ରେଡ୍ଡିଟ୍‌ରେ କିଛି ଘଣ୍ଟା ମଧ୍ୟରେ ୧,୦୦୦ଅଧିକ ଲୋକଙ୍କ କମେଣ୍ଟ ଆସିବା ସହ କିଛି ଲୋକ ଦମ୍ପତ୍ତିଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିବାରେ ଲାଗିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର