ନଦୀରେ ଭାସିଯାଇ ଯୁବକ ମୃତ

ବୈପାରିଗୁଡା : ନଦୀରେ ଭାସିଯାଇ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ତେନ୍ତୁଳିଗୁମ୍ମା ପଞ୍ଚାୟତ ଅଁଳାଗୁଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଅଁଳାଗୁଡା ଗ୍ରାମର ଶୁକ୍ରା ଭୂମିଆଙ୍କ ପୁଅ ତ୍ରିନାଥ ଭୂମିଆ(୪୦) ଗତ ୧୬ତାରିଖ ସକାଳୁ ଗାଁ ନିକଟରେ ପ୍ରବାହିତ କୋଲାବ ନଦୀ ପାର ହୋଇ ଜଙ୍ଗଲକୁ ବାଉଁଶ ଆଣିବା ପାଇଁ ଯାଉଥିଲେ। ତେବେ ନଦୀ ପାର ହେବା ସମୟରେ ହଠାତ୍ ଭାସି ଯାଇ ନିଖୋଜ ହୋଇଯାଇଥିଲେ। ଅନ୍ୟପଟେ ଦୀର୍ଘ ସମୟ ପରେ ତ୍ରିନାଥ ଘରକୁ ନଫେରିବାରୁ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ହେଁ ତାଙ୍କୁ ପାଇନଥିଲେ। ଆଜି ନଦୀରେ ଏକ ଶବ ଭାସୁଥିବା ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶବଟି ତ୍ରିନାଥଙ୍କ ବୋଲି ପରିବାର ଲୋକ ଚିହ୍ନଟ କରିବା ସହ ରାମଗିରି ଫାଣ୍ଡି ଅଧିକାରୀ ସୁବ୍ରତ ପାଣିଗ୍ରାହୀଙ୍କୁ ଏନେଇ ଖବର ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥି‌ଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର