ନବରଙ୍ଗପୁର: ବୋଲେରୋ ଧକ୍କାରେ ୩ ଜଣଙ୍କର ମୃତ୍ୟୁ, ପରିବାର ଲୋକଙ୍କ କ୍ଷତିପୂରଣ ଦାବିରେ ରାସ୍ତାରୋକ

ନବରଙ୍ଗପୁର: ପାପଡାହାଣ୍ଡି ଠାରେ ଗୁରୁବାର ରାତି କାଳି ସୁନ୍ଦରୀ ମନ୍ଦିର ନିକଟରେ ବୋଲେରୋ ଧକ୍କାରେ ହେବାରୁ ୩ ଜଣ ଲୋକଙ୍କର ମୃତ୍ୟୁ ନେଇ କ୍ଷତିପୂରଣ ଦାବିରେ ପରିବାର ଲୋକେ ଶୁକ୍ରବାର ୨୬ ନମ୍ବର ଜାତୀୟ ରାଜପଥ ଅବୋରାଧ କରିଥିଲେ।

ସୂଚନା ଅନୁସାରେ ଗୁରୁବାର ରାତି ମନ୍ଦିର ସମ୍ମୁଖରେ ଲୋକମାନେ ଛିଡ଼ା ହୋଇ କଥାବାର୍ତ୍ତା ହେଉଥିଲେ। ଏଥିରେ ଗୋପାଳ ଭତରା, ପଦମନ ଗୌଡ଼ ଓ ହରି ଭତରା ମଧ୍ୟ ଛିଡ଼ା ହୋଇଥିଲେ। ଏହି ସମୟରେ ମହୀଦଲପୁର ପଟରୁ ଏକ ଦ୍ରୁତଗାମୀ ବୋଲେରୋ (ଓଆର ୨୪ ଏ୯୮୮୦) ଆସି ମନ୍ଦିର ସମ୍ମୁଖରେ ଛିଡ଼ା ହୋଇଥିବା ୩ ଜଣଙ୍କୁ ଶକ୍ତ ଧକ୍କା ଦେଇଥିଲା। ୩ ଜଣ ବ୍ୟକ୍ତି ଗୁରୁତର ହୋଇଯିବା ପରେ ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ସଦର ଚିକିତ୍ସାଳୟକୁ ନିଆଯାଇଥିଲା। ପରବର୍ତ୍ତୀ ସମୟରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ଆଜି ରାସ୍ତା ଅବରୋଧ କରିଥିଲେ। ସେମାନ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବି କରିଥିଲେ। ଦୀର୍ଘ ସମୟ ରାସ୍ତା ଅବରୋଧ ଯୋଗୁଁ ଯାତାୟତ ପ୍ରଭାବିତ ହୋଇଥିଲା।

ସମ୍ବନ୍ଧିତ ଖବର