ଅବକାରୀ ଚଢାଉ: ୧୨୦ ଲିଟର ଦେଶୀ ମଦ ଜବତ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ଅବକାରୀ ବିଭାଗ ଦ୍ଵାରା ବିଭିନ୍ନ ସ୍ଥାନ ଚଢ଼ାଉ କରି ବିପୁଳ ପରିମାଣର ପୋଚ ଏବଂ ଦେଶୀ ମଦ ଜବତ କରିବା ସହ ନଷ୍ଟ କରାଯାଇଛି। ଅବକାରୀ ବିଭାଗ ତରଫରୁ ନିୟମିତ ପେଟ୍ରୋଲିଂ ସମୟରେ ବୈପାରିଗୁଡା ଥାନା ଅନ୍ତର୍ଗତ ହାଟଖୁଡୁପି, ଘସର୍ଡା, ପୂଜାରୀପୁଟ ଠାରେ ଚଢ଼ାଉ କରିଥିଲେ। ଗ୍ରାମ ନିକଟସ୍ଥ ଜଙ୍ଗଲ ପାଖରେ ରହିଥିବା ଝରଣା କଡ଼ରେ ଚୋରା ମଦ ବେପାରୀ ମାଟି ତଳେ ପୋଚ ପୋତି ରଖିଥିବା ଜାଣି ପ୍ରାୟ ୧୨୦୦ ଲିଟର ପୋଚ ଉଦ୍ଧାର କରିବା ସହ ନଷ୍ଟ କରିଛନ୍ତି। ଏଥିସହ ୧୨୦ ଲିଟର ଗୁଡରେ ତିଆରି ଦେଶୀ ମଦ ନଷ୍ଟ କରିଛନ୍ତି। ବୈପାରିଗୁଡା ଅବକାରୀ ବିଭାଗର ଓଆଇସି ସନ୍ତୋଷ କୁମାର ପାଉଲେଙ୍କ ନେତୃତ୍ୱରେ ଏସ୍ଆଇ ରଶ୍ମିରଞ୍ଜନ ନାୟକ , କନେଷ୍ଟବଳ ଶୁଭମ୍ ସତ୍ୟ ପାତ୍ର, ହୀରାମଣି ଭତ୍ରା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ମଧ୍ୟ ଏହି ଚଢାଉ ଜାରି ରହିବ ବୋଲି ଓଆଇସି ଶ୍ରୀ ପାଉଲେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର