ଫାଇନାନ୍ସ କମ୍ପାନି କର୍ମଚାରୀଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲୁଟ

ରାଉରକେଲା: ଫାଇନାନ୍ସ କମ୍ପାନି କର୍ମଚାରୀଙ୍କ ଠାରୁ ସୋମବାର ଏକ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ରାଉରକେଲାସ୍ଥିତ ସେକ୍ଟର-୯ ଷ୍ଟିଲ କ୍ଲବ୍‌ ନିକଟ ଦେଇ ଛେଣ୍ଡର ଭାରତ ଫାଇନାନ୍ସ କର୍ମଚାରୀ ଅବେଦେଶ ସିଂ ଯାଉଥିଲେ। ଏହି ସମୟରେ ତିନିଜଣ ଯୁବକ ହଠାତ ଆସି ଫାଇନାନ୍ସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଧମକଚମକ ଦେଇ ଅବେଦେଶଙ୍କ ଠାରୁ ତିନିଜଣ ଦୁର୍ବୃତ୍ତ ଏକ ଲକ୍ଷ ଟଙ୍କା ଝାମ୍ପି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଲୁଟ ଘଟଣା ନେଇ ଅବେଦେଶ ସେକ୍ଟର-୭ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ସେକ୍ଟର-୭ ଥାନା ପୁଲିସ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର