ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େ ହାର୍ଲି ଡେଭିଡ୍‌ସନ୍ ବାଇକ ଚଳାଉଥିବା ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େ ମହାରାଷ୍ଟ୍ରର ନାଗପୁରରେ ହାର୍ଲି ଡେଭିଡ୍‌ସନ୍ ମୋଟରସାଇକେଲ୍ ସବାର ହୋଇଥିବା ଫଟୋ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ବାରମ୍ବାର ସେୟାର୍ ହେଉଛି।

ରବିବାର ଦିନ ନିଜ ଜନ୍ମନଗରୀ ନାଗପୁରରେ ବିଚାରପତି ବୋବ୍‌ଡ଼େ ଟି-ସାର୍ଟ ଏବଂ ସ୍ନିକର୍ ପିନ୍ଧି ହାର୍ଲି ଡେଭିଡ୍‌ସନ୍‌ର ସୀମିତ ସଂସ୍କରଣ ‘ସିଭିଓ ୨୦୨୦’ ଆରୋହଣ କରିଥିବା ଦେଖାଯାଉଛି।

‘ହାର୍ଲି ଡେଭିଡ୍‌ସନ୍‌ ସିଭିଓ ୨୦୨୦’ର ମୂଲ୍ୟ ୫୧ ଲକ୍ଷ ଟଙ୍କାରୁ ଅଧିକ। ଏଥିରେ ୨୦୦୦ ସିସିର ଭି-ଟ୍ବିନ୍ ଇଞ୍ଜିନ୍ ଲାଗିଛି ଏବଂ ଏହାର ଓଜନ ୪୦୦ କିଲୋଗ୍ରାମ୍।

Image Courtesy of Hindustan Times

୬୪ ବର୍ଷିୟ ବିଚାରପତି ବୋବ୍‌ଡ଼େଙ୍କର ମୋଟର୍‌ସାଇକେଲ୍ ପ୍ରତି ଭାରି ଶ୍ରଦ୍ଧା। ଏକଦା ତାଙ୍କର ରୟଲ୍‌ ଏନ୍‌ଫିଲ୍‌ଡ୍ ନିର୍ମିତ ବୁଲେଟ୍ ଥିଲା।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଗତବର୍ଷ ଗୋଟାଏ ହାର୍ଲି ଡେଭିଡ୍‌ସନ୍ ମୋଟରସାଇକେଲ୍‌ର ଟେଷ୍ଟ ଡ୍ରାଇଭିଙ୍ଗ୍ ବେଳେ ଦୁର୍ଘଟଣା ଘଟି ତାଙ୍କର ମଣିବନ୍ଧ ଭାଙ୍ଗିଥିଲା। ଫଳରେ ସେ କିଛି ଦିନ ପାଇଁ ଅଦାଲତ ଡିୟୁଟି ଏବଂ ସୁପ୍ରିମ୍ କୋର୍ଟ କଲେଜିୟମ୍ ବୈଠକରେ ଅନୁପସ୍ଥିତ ଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ହାର୍ଲି ଡେଭିଡ୍‌ସନ୍ କ୍ରୁଜର୍‌ ବାଇକ୍‌ଟି ଭାରତର ପ୍ରଧାନ ବିଚାରପତି ବୋବ୍ଡ଼େଙ୍କର ନୁହେଁ।

ସମ୍ବନ୍ଧିତ ଖବର