ନବରଙ୍ଗପୁର:ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍‌ ଗୁମିଧରା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପରସ୍ପରକୁ ପ୍ରେମ କରୁଥିବା ସ୍ୱଳ୍ପ ବୟସର ପ୍ରେମିକପ୍ରେମିକା ଗାଁ କାଜୁ ଜଙ୍ଗଲରେ ବେକରେ ଫାଶି ଗାଇ ଆତ୍ମହତ୍ୟା କରିଛନ୍ତି। ଆଜି ଉଭୟଙ୍କ ଝୁଲନ୍ତା ମୃତଦେହ ଦେଖି ଗ୍ରାମବାସୀ ପୁଲିସକୁ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।


ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍‌ ଗୁମିଧରା ଗାଁର ବନବାସୀ ଦଣ୍ଡସେନା(୨୦ ବର୍ଷ) ସେହି ଗ୍ରାମର ସ୍ୱାତୀ ପାଇକ(୧୯ ବର୍ଷ)ଙ୍କୁ ଦୀର୍ଘ ଦିନହେବ ଭଲ ପାଉଥିଲେ। ବନବାସୀ ରାଜମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ସ୍ୱାତୀ ତାଙ୍କ ସହିତ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସାଙ୍ଗ ହୋଇ କାମ କରିବା ମଧ୍ୟେ ର ସେମାନ ଗତ ୨ ବର୍ଷ ହେବ ପରସ୍ପରକୁ ଭଲପାଇ ବସିଥଲେ। ମାତ୍ର ଉଭୟଙ୍କ ଜାତି ଭିନ୍ନ ହୋଇଥିିବାରୁ ଏହି ପ୍ରେମୀଯୁଗଳ ପରସ୍ପରକୁ ଭଲପାଉଥିଲେ ମଧ୍ୟ ପରିବାର ଆଗରେ କହିବାକୁ ସାହସ ଜୁଟାଇ ପାରି ନ ଥିଲେ। ତେବେ ଗତକାଲି ଉଭୟ ଗାଁ ନିକଟରେ ଥିବା ଏକ କାଜୁ ବଗିଚାରେ ମଳିିତ ହୋଇଥିଲେ। ଶେଷରେ ସେମାନଙ୍କ ପ୍ରେମ ବିଫଳ ହେବ ବୋଲି ଆଶଙ୍କା କରି ଉଭୟ ବେକରେ ଫାଶି ଲଗାଇ କାଜୁ ଗଛରୁ ଝୁଲି ପଡ଼ିଥିଲେ। ଆଜି ସକାଳେ କାଜୁବଗିଚାରେ ଗାଁର ୨ଜଣ ପୁଅଝିଅ ଝୁଲୁଥିବା କଥା ଗ୍ରାମବାସୀ ଦେଖିବା ପରେ ଗାଁରେ ଚହଳି ପଡ଼ିଯାଇଥିିଲା। ଲୋକେ ସଙ୍ଗେ ସଙ୍ଗେ ଏ ନେଇ ପୁଲିସକୁ ସୂଚନା ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେଏହା ଆତ୍ମହତା କିମ୍ବାଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ିବ।

ସମ୍ବନ୍ଧିତ ଖବର