ଓଡ଼ିଶାକୁ ମହାତ୍ମାଗାନ୍ଧୀଙ୍କ ଆଗମନର ୧୦୦ ଉପଲକ୍ଷେ କାର୍ଯ୍ୟକ୍ରମ 

ଖୋର୍ଦ୍ଧା: ୨୩ ମାର୍ଚ୍ଚ ୧୯୨୧ରେ ଓଡ଼ିଶାକୁ ମହାତ୍ମାଗାନ୍ଧୀ ପ୍ରଥମ ଥର ପାଇଁ ଆସିଥିଲେ । ଓଡ଼ିଶା ଆଗମନର ଶତବର୍ଷ ପାଳନ ଉପଲକ୍ଷେ ଖୋର୍ଦ୍ଧାର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ପ୍ରାଣନାଥ ସ୍ୱୟଂଶାସିକ ମହାବିଦ୍ୟାଳୟ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତି ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ ରଂଜିତା ସେଠୀ, ଅଧ୍ୟାପକ ସୁବୋଧ କୁମାର ଜଗଦେବ, ଅଧ୍ୟାପିକା ଡ ଅଜନ୍ତା ଶତପଥି, ସମାଜସେବୀ ପ୍ରସନ୍ନ ପାଇକରାୟଙ୍କ ସମେତ ଅନ୍ୟ ଅଧ୍ୟାପକ-ଅଧ୍ୟାପିକା ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ମହାବିଦ୍ୟାଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ସ୍ମୃତିଚାରଣ କରାଯାଇଥିଲା ।

ମହାତ୍ମାଗାନ୍ଧୀ ଆଗମନର ଶତବର୍ଷ ପୂର୍ତି ଅବସରରେ ମୋହନ ମହାପାତ୍ର ଗାନ୍ଧୀଙ୍କ ବେଶରେ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ଗାନ୍ଧୀଙ୍କ ବାର୍ତା ପ୍ରଚାର କରୁଛନ୍ତି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କୁ ସାକ୍ଷାତ କରିଥିଲେ । ଜିଲ୍ଲାପାଳଙ୍କୁ ଖଦି ଓ ଗ୍ରାମୋଦ୍ୟୋଗ ସମ୍ପର୍କିତ ଏକ ପ୍ଲାକାର୍ଡ ଉପହାର ଦେଇଥିଲେ ।

ସମ୍ବନ୍ଧିତ ଖବର