୧୦ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର କୋଣ୍ଟା ପୁଲିସ ନିକଟରେ ଆଜି ୧୦ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ମାଓବାଦୀ ରହିଛନ୍ତି। ବହୁ ହିଂସାକାଣ୍ଡରେ ସଂପୃକ୍ତ ଥିବା ବେଳେ ଲ୍ୟାଣ୍ଡମାଇନ ଖଞ୍ଜିବା, ପୁଲିସ ଉପରେ ଆକ୍ରମଣ, ଲୋକଙ୍କୁ ମାରଧର ନେଇ ମାମଲା ରହିଛି। ପ୍ରଥମେ ଏମାନେ ସିଆରପିଏଫ ୨୧୭ ବାଟାଲିୟନ ନିକଟରେ ଆତ୍ମସମର୍ପଣ କରିବା ପରେ ପରବର୍ତୀ ସମୟରେ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ନକ୍ସଲ ସଂଗଠନରେ ପୂର୍ବ ଭଳି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରାଯାଉ ନଥିବା ବେଳେ ନିର୍ଯାତନା ଏବଂ ଭେଦ ଭାବ ଦିନକୁ ଦିନ ବଢ଼ୁଛି। ଏଥିଯୋଗୁଁ ଏମାନେ ସଂଗଠନ ଛାଡ଼ିଥିବା କହିଛନ୍ତି। ସେହିପରି ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କାଟିବେ ବୋଲି ମଧ୍ୟ କହିଥିଲେ। ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତଙ୍କୁ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦିଆଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର