ପିକଅପ୍ ଭ୍ୟାନ ସହ ୮୭ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

ମାଲକାନଗିରି/ପଡିଆ : ମାଲକାନଗିରି ଜିଲ୍ଲାର ପଡିଆ ପୁଲିସକୁ ମିଳିଛି ସଫଳତା। କିଛି ଦିନ ତଳେ ୨୦ ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ଆଜି ଏକ ପିକଅପ୍ ଭ୍ୟାନରେ ୮୭ଲିଟର ବିଦେଶୀ ମଦ ଚାଲଣ ହେଉଥିବା ବେଳେ ପୁଲିସ ଏହାକୁ ଜବତ କରିଛି। ଥାନା ଅଧିକାରୀ ଗୌରାଙ୍ଗ ଚରଣ ମହାନ୍ତିଙ୍କ ନେତୃତ୍ବରେ ପେଟ୍ରୋଲିଂ ଚାଲିଥିବା ବେଳେ ଏକ ପିକ୍‌ଅପ୍‌ ଭ୍ୟାନକୁ ଅଟକାଇ ଯାଞ୍ଚ କରାଯିବା ସମୟରେ ଭ୍ୟାନରୁ ୪୪୪ଟି ବିଦେଶୀ ମଦ ବୋତଲକୁ ପୁଲିସ ଜବତ କରିଥିଲା। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୬୩ ହଜାର ହେବ ବୋଲି ପୁଲିସ କହିଛି। ମାଲକାନଗିରି ନିକଟସ୍ଥ ଗନ୍ଦିପାଲ୍ଲୀ ଗ୍ରାମର ମନତୋଷ ବଣିକ ନାମକ ଯୁବକ ଏହି ମଦକୁ ଜୟପୁର ଅଂଚଳରୁ ଆଣି ଛତିଶଗଡ ଚାଲାଣ କରୁଥିବା ପୁଲିସ ତଦନ୍ତ ବେଳେ ଜାଣିପାରିଛି। ଯାଞ୍ଚ ବେଳେ ଏସଆଇ ସୁଶାନ୍ତ କୁମାର କିଷାନ, ଏଏସଆଇ ଜୟଦାସ ଖରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ପିକ୍‌ଅପ୍‌ ଭ୍ୟାନକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର