ଦୁର୍ଘଟଣାରେ ହଷ୍ଟେଲ ଛାତ୍ର ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଗଠନପାଲ୍ଲୀ ହଷ୍ଟେଲର ଜଣେ ଛାତ୍ର ଆଜି ଦୁର୍ଘଟଣାରେ ଗୁରୁତର ହୋଇ ମାଲକାନଗିରି ମେଡିକାଲରେ ଚିକିତ୍ସିତ ହେଉଛି। ଘଟଣାରୁ ପ୍ରକାଶ ଗଠନପାଲ୍ଲୀ ସେବାଶ୍ରମରେ ହଷ୍ଟେଲରେ ରହି ଅର୍ଜୁନ ମାଢି ନାମକ ଜଣେ ଦଶମ ଶ୍ରେଣୀ ଛାତ୍ର ପାଠ ପଢୁଥିଲା। ଆଜି ଅର୍ଜନକୁ ଜ୍ବର ହେବାରୁ ସେ ପଡିଆ ମେଡିକାଲକୁ ଯାଇଥିଲା। ସେଠାରୁ ଔଷଧ ନେଇ ପୁଣି ହଷ୍ଟେଲକୁ ଫେରୁଥିଲା। ତେବେ ରାସ୍ତାରେ କୌଣସି ଏକ ଗାଡି ତାଙ୍କୁ ଧକ୍କା ଦେବାରୁ ସେ ଗରୁତର ହୋଇ ରାସ୍ତାରେ ପଡି ରହିଥିଲେ। ଏକ ଅଟୋ ବାଲା ତାଙ୍କୁ ଉଦ୍ଧାର କରି ପୁଣି ପଡିଆ ମେଡିକାଲରେ ଭର୍ତ୍ତି କରିଥିଲା। ତେବେ ଛାତ୍ର ଜଣକ ଗୁରୁତର ଥିବାରୁ ତୁରନ୍ତ ଡାକ୍ତର ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ। ପିଲାଟିର ଆଖି ଗୋଟିଏ ନଷ୍ଟ ହୋଇଥିବା ବେଳେ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଆଜି ଏହି ଛାତ୍ରର ଅବସ୍ଥା ସଂକଟାପନ୍ନ ହୋଇଛି। ଖବର ପାଇ ଗଠନପାଲ୍ଲୀ ସେବାଶ୍ରମ ପ୍ରଧାନ ଶିକ୍ଷକ ମାଲକାନଗିରି ମେଡିକାଲରେ ପହଞ୍ଚିଛନ୍ତି। ତେବେ କୌଣସି ଶିକ୍ଷକ କିମ୍ବା ହଷ୍ଟେଲ ଦାୟିତ୍ବରେ ରହିଥିବା ଵାର୍ଡେନ ତାଙ୍କୁ କାହିଁକି ମେଡିକାଲ ଆଣିଲେ ନାହିଁ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର