ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ, କୋର୍ଟ ଚାଳାଣ

ଜୟପୁର : ବୋରିଗୁମ୍ମା ଅଂଚଳର ଜୈନେକା ଯୁବତୀଙ୍କୁ ଜୟପୁର ସଦରଥାନା କୁମୁଲିପୁଟର ଶାନ୍ତୁନୁ କୁମାର ମାଝୀ ବିବାହର ମିତ୍ୟା ପ୍ରତିଶ୍ରୃତି ଦେଇ ଦୁଷ୍କର୍ମ କରିଥିବା ମହିଳା ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ମାମଲାର ତଦନ୍ତ କରି ଅଭିଯୁକ୍ତ ଶାନ୍ତୁନୁଙ୍କ ବିରୋଧରେ ଆଇପିସିର ଦଫା ୩୭୬(ଦୁଷ୍କର୍ମ)ରେ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଥିବା କହିଛନ୍ତି ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ ।

ମିଳିଥିବା ସୂଚନା ମୁତାବକ, ଯୁବତୀ ଓ ଅଭିଯୁକ୍ତ ଶାନ୍ତୁନୁଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ଯୁବତୀ ଜଣକୁ କୁମୁଲିପୁଟରେ ଥିବା ଅଭିଯୁକ୍ତଙ୍କ ଘରକୁ ଡାକିଥିଲେ। ସେଠାରେ ଯୁବତୀଙ୍କ ଇଛା ବିରୋଧରେ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ପରେ ବିବାହ କରିବାକୁ ଯୁବତୀ ଜଣକ କହିବାରୁ ଅଭିଯୁକ୍ତ ମନା କରି ଦେଇଥିଲେ । ଏ ନେଇ ଯୁବତୀ ଓ ତାଙ୍କ ପରିବାରବର୍ଗ ଜୟପୁର ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ। ମହିଳା ଥାନା ଆଇଆଇସି ଘଟଣାର ତଦନ୍ତ ଆରମ୍ଭ କରି ଦଫା ୩୭୬ରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତ ଓ ପୀଡ଼ିତାର ଡାକ୍ତରୀମାଇନା କରାଯାଇଥିଲା । ଏହା ସହ ପୀଡ଼ିତାଙ୍କର ୧୬୪ବୟାନ ବି ଲିପିବଦ୍ଧ କରାଯାଇଥିଲା। ଆଜି ଅଭିଯୁକ୍ତ ଶାନ୍ତୁନୁଙ୍କୁ କୋର୍ଟକୁ ଚାଳାଣ କରିଥିଲେ। ଅଭିଯୁକ୍ତଙ୍କୁ ମାନ୍ୟବର କୋର୍ଟ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

ସମ୍ବନ୍ଧିତ ଖବର