୧୮ରେ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦେଲେ ମାଓବାଦୀ

ଜୟପୁର: କୋରାପୁଟ ଜିଲ୍ଲା ବୈପାରିଗୁଡା ମାଲିପଦର ଏନକାଉଣ୍ଟର ଘଟଣାକୁ ନେଇ ମୁହଁ ଖୋଲିଲେ ମାଓ ସଂଗଠନ | ଏହି ଏନକାଉଣ୍ଟର ମିଥ୍ଯା ବୋଲି ମାଓ ସଂଗଠନ ପକ୍ଷରୁ ଦାବି କରାଯାଇଥିବାବେଳେ ପ୍ରତିବାଦରେ ଆଗାମୀ ୧୮ ତାରିଖ ମାଲକାନଗିରି ଓ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ।

ମିଳିଥିବା ସୂଚନା ମୁତାବକ ମାଲକାନଗିରି – କୋରାପୁଟ ବର୍ଡର ଡିଭିଜନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଓ ଅଡିଓ ଟେପ୍ ଜାରି କରି କୁହାଯାଇଛି ଯେ ପୁଲିସ ଗୁଳିରେ ପ୍ରାଣ ହରାଇଥିବା ଦୁଇ ବ୍ୟକ୍ତିଙ୍କର ମାଓ ସଂଗଠନ ସହ କୌଣସି ସମ୍ପର୍କ ନ ଥିଲା | ଉଭୟ ଶ୍ରମିକ ଭାବେ କାମ କରୁଥିଲେ | ପୁରା ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛି ସଂଗଠନ ପ୍ରବକ୍ତା। ଫେକ୍ ଏନକାଉଣ୍ଟର ନେଇ ମାଓ ସଂଗଠନ ଅଡିଓ ଟେପ୍ ଜାରି କରିଛି |

ସମ୍ବନ୍ଧିତ ଖବର