ନାରାୟଣପାଟଣା ହାଟରେ ମାସ୍କ ବଣ୍ଟନ

ନାରାୟଣପାଟଣା: କରୋନା ମହାମାରୀ ପୁଣି ଏବେ କଡ ଲେଉଟାଇଛି। ଏହି ସମୟରେ ଦୁର୍ଗମ ଅଞ୍ଚଳବାସୀଙ୍କୁ ସଚେତନ କରାଇବା ସହ ନିଜ ହାତରୁ ମାସ୍କ କିଣି ବାଣ୍ଟୁଛନ୍ତି ଲକ୍ଷ୍ମୀପୁର ଗ୍ରିନ ଇଣ୍ଡିଆ ଗୃପର ମୁଖ୍ୟ ଯଥା ସମାଜସେବୀ ଗୋପେଶ୍ଵର ଗରଡା। କୋରାପୁଟ ଏଲଆଇସି ଅଫିସରେ ଜଣେ କିରାଣି ଭାବେ କାର୍ଯ୍ୟରତ ଗୋପେଶ୍ବର ଛୁଟି ସମୟରେ ଚାରାରୋପଣ ସହ ଗରିବ ଅସହାୟ ଛାତ୍ରଛାତ୍ରୀଙ୍କୁ ମୋବାଇଲ ଠାରୁ ଆରମ୍ଭ କରି ବହି, ଖାତା, ପେନ ପେନସିଲ୍, ଖେଳିବା ପାଇଁ ଭଲିବଲ୍, ଫୁଟବଲ୍, କ୍ରିକେଟ ବଲ ଓ ପୋଷାକ ମଧ୍ୟ ଗାଁ ଗାଁ ବୁଲି ବଣ୍ଟନ କରନ୍ତି।

ଆଜି ସେ ନାରାୟଣପାଟଣା ସାପ୍ତାହିକ ହାଟରେ ଲୋକଙ୍କୁ ଏବଂ ବ୍ୟବସାୟୀ ମାନଙ୍କୁ ପ୍ରାୟ ୧୨ସହ ମାସ୍କ ବଣ୍ଟନ କରିଥିବା ଦେଖିବାକୁ ମିଳିଛି। ଏଥିସହ ବଜାର ଘାଟ ପ୍ରତ୍ୟେକ ସ୍ଥାନରେ ସମ ଦୂରତା ରଖିବା, ଦୈନିକ ହାତକୁ ସାବୁନରେ କିମ୍ବା ସାନିଟାଇଜରରେ ସଫା ରଖିବା ଓ ମାସ୍କ ବ୍ୟବହାର ଭୁଲିବା ନାହିଁ ବୋଲି ସଚେତନ ମଧ୍ୟ କରାଇଥିଲେ। ତାଙ୍କର ଏହି ଭଳି ମହତ କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି। ଏହି ବଣ୍ଟନରେ ତାଙ୍କୁ ବେଣୁ ସୁଚେନ ଓ ସୁବାସ ମାଝୀ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର