ପୂର୍ବତନ ପିଇଓଙ୍କ ବିଦାୟକାଳୀନ ଭୋଜି ଯୋଗୁଁ ଚିଲିକା ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଥିବାର ଆଶଙ୍କା

ଚିଲିକା : ରାଜ୍ୟରେ କରୋନା ସ୍ଥିତି ଏବେ ବେଶ୍‌ ଗମ୍ଭୀର ରହିଛି । ବିଶେଷ କରି ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ଏବେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହା ମଧ୍ୟରେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଏକ ସୂଚନାକୁ ତର୍ଜମା କଲେ ସ୍ଥାନୀୟ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ଦେଖାଯାଇଛି ।

ସେହିପରି ବଡକୁଳ ପଞ୍ଚାୟତ ଅଫିସରେ ଡୁଙ୍ଗମାଳ ପଞ୍ଚାୟତର ପୂର୍ବତନ ପିଇଓଙ୍କ ବିଦାୟକାଳୀନ ଭୋଜି ଯୋଗୁଁ ଚିଲିକା ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଥିବାର ଆଶଙ୍କା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗତ ୩୧ ତାରିଖରେ ବଡକୁଳ-ଡୁଙ୍ଗମାଳ ପଞ୍ଚାୟତ ଅଫିସ୍‌ରେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିଦାୟକାଳୀନ ଭୋଜିରେ ପ୍ରାୟ ୫୦ ଜଣ ଲୋକ ସାମିଲ୍‌ ହୋଇଥିଲେ।

Coronavirus Outbreak Updates: 414 new COVID-19 cases, 20 deaths ...
Firstpost

ଏହି ଭୋଜିରେ ସାମିଲ୍‌ ହୋଇଥିବା ଡୁଙ୍ଗମାଳ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧିଙ୍କର ଗତ ୬ ତାରିଖରେ ପଜିଟିଭ୍‌ ରିପୋର୍ଟ ମିଳିବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା । ସେ ଯୋଗ ଦେଇଥିବା ଉକ୍ତ ପଞ୍ଚାୟତ ଅଫିସ୍‌ ଭୋଜିରେ ପ୍ରାୟ ୩୯ ଜଣଙ୍କର ସ୍ୱାବ୍‌ ଟେଷ୍ଟ କରାଯାଇଥିଲା । ଆଜି ସେହି ୩୯ଜଣଙ୍କ ମଧ୍ୟରୁ ୮ ଜଣଙ୍କ ରିପୋର୍ଟ ପିଜିଟିଭ୍‌ ଆସିଥିବାର ସୂଚନା ମିଳିଛି ।

ଏହି ଆଠ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ, ଜିଆରଏସ୍‌, ୱାର୍ଡ ମେମ୍ବର ଏବଂ ସ୍ଥାନୀୟ ବ୍ୟକ୍ତି ଥିବାର ସୂଚନା ମିଳିଛି । ସେହିପରି ପାଞ୍ଚଜଣ ଆକ୍ରାନ୍ତଙ୍କ ମଧ୍ୟରେ ବାଲୁଗାଁ ଏନଏସିରୁ ଦୁଇଜଣ ରହିଥିବାସ୍ଥଳେ ଆଙ୍କୁଲା ପଞ୍ଚାୟତରୁ ଦୁଇଜଣ ଓ ହରିପୁର ପଞ୍ଚାୟତରୁ ଜଣେ ରହିଥିବାର ସୂଚନା ମିଳିଛି।

ସୂଚନାଥାଉକି, ଗତକାଲି ବାଲୁଗାଁ ମାଛ ମାର୍କେଟରୁ ଜଣେ ବ୍ୟବସାୟୀ ପଜିଟିଭ୍‌ ଚିହ୍ନଟ ହେବା ପରେ ବାଲୁଗାଁ ମାଛ ମାର୍କେଟ୍‌କୁ ସାତ ଦିନ ପାଇଁ ସିଲ୍‌ କରାଯାଇଛି । ଅପରପକ୍ଷରେ ଅଧିକ ସଂକ୍ରମଣ ଥିବା ୪ଟି ଜିଲ୍ଲା ଗୋଟିଏ ମହାନଗର ନିଗମକୁ ରାଜ୍ୟ ସରକାର ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ସଟ୍‌ଡାଉନ ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର