ରାଜ୍ୟ ଫୁଟ୍‌ବଲ୍‌ ଟିମ୍‌ରେ ମୟୂରଭଞ୍ଜର ଭାରତୀ କିସ୍କୁ

ବେତନଟୀ/ଅଁଳା: ବେତନଟୀ ବ୍ଲକ୍‌ ରାଇକମା ଆଶ୍ରମ ସ୍କୁଲ୍‌ର ଛାତ୍ରୀ ଭାରତୀ କିସ୍କୁ ରାଜ୍ୟ ଫୁଟ୍‌ବଲ୍‌ ଦଳ ପାଇଁ ମନୋନୀତ ହୋଇଛନ୍ତି। ଭାରତୀ ଆସନ୍ତା ୯ ତାରିଖ ଦିନ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ରାଜ୍ୟ ପାଇଁ ପ୍ରଥମ ମ୍ୟାଚ୍‌ ଖେଳିବେ ବୋଲି ଜଣାପଡ଼ିଛି। ମ୍ୟାଚ୍‌ ଦେଖିବା ପାଇଁ ଭାରତୀ ପଢ଼ୁଥିବା ସ୍କୁଲ୍‌ର ପ୍ରଧାନଶିକ୍ଷକ ରଜତ ଦାଶ ଏବଂ ତାଙ୍କ ଅଭିଭାବକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ ମିଳିଛି। ଏନେଇ ଆଜି ସ୍କୁଲ୍‌ର ପ୍ରଧାନଶିକ୍ଷକ ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍କୁଲ୍‌ର ଶିକ୍ଷୟିତ୍ରୀ ରୁପା ମହାନ୍ତି, ସରସ୍ବତୀ ଜେନା, ଦୀପାଞ୍ଜଳି ଦାସ, ପ୍ରତିମା ପଣ୍ତା, ସୁକାନ୍ତି ବିଶ୍ବାଳ, ନୀଲାକ୍ଷୀ ଦାସ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଭାରତୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର