ମୟୁରଭଞ୍ଜ: ଜାମୁନାଲିଆ ସଡ଼କ ଦୁର୍ଘଟଣାରେ ଆହତ ୨ ବ୍ୟକ୍ତି ହସ୍ପିଟାଲରେ ମୃତ

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଜାମୁନାଲିଆ ସଡ଼କ ଦୁର୍ଘଟଣାରେ ଆହତ ୨ ବ୍ୟକ୍ତିଙ୍କୁ ବୁଧବାର ଯଶୀପୁର ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଟାକୁଡି ପାଲ ଗାଁର ମାନିକି ବାନର (୫୦) ଓ ବିସିଡା ଗାଁର କୁଞ୍ଜ ବିହାରୀ ନାଏକ (୫୦) ନିଜ ନିଜ ସାଇକେଲରେ ଜାମୁନାଲିଆ ସାପ୍ତାହିକ ବଜାରରୁ ଘରକୁ ଫେରୁଥିବା ସମୟରେ ସଡ଼କ ଦୁର୍ଘଟରାର ଶିକାର ହୋଇଥିଲେ।

ଏକ ଟ୍ରକ ଧକ୍କା ଦେବାରୁ ମାନିକି ଏବଂ କୁଞ୍ଜ ଗୁରୁତର ଆହତ ହୋଇଥିଲେ। ସୂଚନା ମିଳିବା ପରେ ଯଶୀପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୁଲିସ ଟ୍ରକକୁ ଜବତ କରିଥିବା ବେଳେ ଗୁରୁତର ଆହତ ଦ୍ୱୟଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁବାର ପୋଷ୍ଟମର୍ଟମ କରାଯିବ।

ସମ୍ବନ୍ଧିତ ଖବର