ରାସ୍ତା କଡ଼ ମଦଭାଟିକୁ ସନ୍ଧ୍ୟା ପୂର୍ବରୁ ବନ୍ଦ କରାଯାଉ, ରାଇଟ୍‌ ଏଣ୍ଡ୍‌ ଜଷ୍ଟିସ୍‌ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ସମସ୍ତ ଦେଶୀ ମଦଭାଟିରେ ମଦ ଅପମିଶ୍ରଣ ହେଉଥିବା ଅଭିଯୋଗ ହୋଇଛି। ଏହି ଅପମିଶ୍ରିତ ମଦ ପିଇ ରୋଗଗ୍ରସ୍ତ ହୋଇ ଅନେକ ଲୋକଙ୍କ ମୃତ୍ୟୁ ହେଉଛି। ପରେ ମୃତକଙ୍କ ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ବିଭାଗ ପକ୍ଷରୁ ମଦର ମାନ ନିର୍ଣ୍ଣୟ କରିବା ପରିବର୍ତ୍ତେ ସବୁ ଜାଣିଶୁଣି ଚୁପ୍‌ ରହୁଥିବା ଅଭିଯୋଗ ହୋଇଛି। ତେଣୁ ଖରିଆର ରାସ୍ତାରେ ଥିବା ସାପସିଲେଟ ମଦଭାଟି, ନର୍ଲାରୁ ନର୍ଲା ରୋଡ୍‌ରେ ଥିବା ମଦଭାଟି, ମଦନପୁର ରାମପୁରର ଅମାଠ ରାସ୍ତାର ମଦଭାଟି ସମେତ ରାଜପଥ କଡ଼ରେ ଥିବା ଅନେକ ମଦଭାଟିକୁ ସନ୍ଧ୍ୟା ପୂର୍ବରୁ ବନ୍ଦ କରିବାକୁ ଶୁକ୍ରବାର ରାଇଟ୍‌ ଏଣ୍ଡ୍‌ ଜଷ୍ଟିସ୍‌ର ଅଧ୍ୟକ୍ଷ ନାଦରାଜ ନାଏକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର