ଜଙ୍ଗଲରୁ ପ୍ରବାସୀ ଓଡ଼ିଆଙ୍କୁ ଆଣି ହୋମ କ୍ୱାରେଣ୍ଟାଇନରେ ରଖିଲେ ବିନିକା ପ୍ରଥମଶ୍ରେଣୀ ବିଚାର ବିଭାଗ ମାଜିଷ୍ଟ୍ରେଟ୍‌

ବିନିକା: ଜଙ୍ଗଲରେ ରହୁଥିବା ଜଣେ ପ୍ରବାସୀ ଓଡ଼ିଆଙ୍କୁ ଆଣି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ପ୍ରଥମଶ୍ରେଣୀ ବିଚାର ବିଭାଗ ମାଜିଷ୍ଟ୍ରେଟ୍‌ ଜଗଦୀଶ ଚନ୍ଦ୍ର ଜେନା । ପଂଚାୟତରେ ବ୍ୟବସ୍ଥା ହୋଇଥିବା ସରକାରୀ କ୍ୱାରେଣ୍ଟାଇନ ଅବଧି ଶେଷ କରି ବେଙ୍ଗାଲୁର ଫେରନ୍ତା ପ୍ରବାସୀ ଓଡ଼ିଆ ଅଜିତ ବରିହା (୨୬)ଙ୍କୁ ଗାଁରେ ପ୍ରବେଶ କରିବାକୁ ଦେଲ ନାହିଁ ଲୋକେ। ଅଜିତଙ୍କୁ ହୋମ୍‌ କ୍ୱାରେଣ୍ଟାଇନରେ ୭ ଦିନ ରହିବାକୁ ଆଦେଶ ହୋଇଥିଲା।

ସୂଚନା ଅନୁସାରେ ଭଣ୍ଡାର ଗ୍ରା.ପ ଝାରକଦଳୀପାଲି ଗାଁରେ ଅଜିତ ବରିହା ସଙ୍ଗରୋଧ କେନ୍ଦ୍ର ଅବଧି ଶେଷ କରି ଗ୍ରାମକୁ ଯାଇଥିଲେ। କିନ୍ତୁ ହୋମକ୍ୱାରେଣ୍ଟାଇନ୍‌ରେ ରହିବାପାଇଁ ଫେରିଲା ପରେ ଲୋକେ ଗାଁରେ ଭର୍ତ୍ତି କରାଇ ଦେଉ ନଥିବାରୁ ଜଙ୍ଗଲ ଏକ ପରିତ୍ୟକ୍ତ ଘରେ ରହୁଥିଲେ।

ମାଜିଷ୍ଟ୍ରେଟ ଶ୍ରୀ ଜେନା ଏହି ଖବର ପାଇବାପରେ ଭଣ୍ଡାର ଗ୍ରା.ପ ସରପଞ୍ଚ ଲକ୍ଷ୍ମଣ ସାହୁ, ବିନିକା ଥାନା ଆଇଆଇସି କୁଶ ପାଣିଗ୍ରାହୀ, ବିଡ଼ଓ ବିଶ୍ୱରଞ୍ଜନ ମଲ୍ଳିକ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିବାକୁ କହିଥିଲେ। ଏଥି ସହିତ ଶ୍ରୀ ଜେନା ନିଜେ, ବିନିକା ଓକିଲ ସଙ୍ଘ ସଭାପତି ସୁଧାଂଶୁ ଶେଖର ଦାଶ, ଆଇନସେବା ତାଳୁକ ପ୍ରାପ୍ତ ଅଫିସ ରିଟେନର ନିରଞ୍ଜନ ମେହେର, ନାଜିର ଉମାଶଙ୍କର ସାହୁ, କୋଟ ପିଅନ ଚନ୍ଦ୍ର ଶେଖର କର୍ଣ୍ଣ ଘଟଣାସ୍ଥଳକୁ ଯାଇ ସରକାରୀ ନିୟମ ମାନିବା ଓ କାହାରୀସଂଙ୍ଗରେ ମିଲା ମିଶା ନକରିବାକୁ କହି ଘର ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ସଚେତନ କରି ତାଙ୍କ ଘରେ ଛାଡ଼ି ଥିଲେ ।

ସମ୍ବନ୍ଧିତ ଖବର