ବରଗଡ଼: ଭାଉଜର ଇଙ୍ଗିତରେ ଦିଅରର ଯୌନାଙ୍ଗ କାଟିଦେଲା ଯୁବକ

ବରଗଡ଼: ଆଜି ବରଗଡ଼ ଜିଲ୍ଲାସଦର ଥାନା ଅନ୍ତର୍ଗତ ନିଳେଶ୍ୱର ଗାଁରେ ଘଟିଛି ଏକ ଅଭବନୀୟ ଘଟଣା। ପାରିବାରକି ଶତ୍ରୁତାରୁ ଜଣେ ଯୁବକଙ୍କୁ ତାଙ୍କ ଗୁପ୍ତାଙ୍କ ହରାଇବାକୁ ପଡ଼ିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ନିଲେଶ୍ୱର ଗାଁର ଅଶୋକ ବାରିକ(୩୫ ବର୍ଷ) ନାମକ ଜଣେ ଯୁବକଙ୍କର ତାଙ୍କ ଭାଇଭାଉଜଙ୍କ ସହିତ ପାରିବାରିକ ଗଣ୍ଡଗୋଳ ଲାଗି ରହିଥିଲା। ଆଜି ଅଶୋକ କାମ କରିବାକୁ ଯାଉଥିବା ବେଳେ ଗ୍ରାମର ସୁଦାମ ସାହୁ ନାମକ ଜଣେ ଯୁବକ ଏକ କ୍ଷୁର ନେଇ ସୁଦାମଙ୍କ ତଣ୍ଟିକାଟି ହତ୍ୟା ଉଦ୍ୟମ କରିଥିଲେ। ମାତ୍ର କୌଣସିମତେ ଅଶୋକ ଏଥିରୁ ରକ୍ଷା ପାଇଯିବାରୁ ସୁଦାମ ଆଣିଥିବା କ୍ଷୁରରେ ଅଶୋକଙ୍କ ଜନନେନ୍ଦ୍ରୀୟକୁ କାଟି ଦେଇଥିଲେ। ପରେ ସୁଦାମ ସେ ସ୍ଥାନରୁ ଫେରାର ହୋଇ ଯାଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ଅଶୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ପାରିବାରିକ କାରଣରୁ ଭାଉଜ ଓ ଭାଇ ସୁଦାମଙ୍କୁ ପଠାଇ ହତ୍ୟା ଉଦ୍ୟମ କରିବା ସହିତ ତାଙ୍କ ଗୁପ୍ତାଙ୍କକୁ କାଟି ଦେଇଥିବା ଅଶୋକ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଅଶୋକଙ୍କୁ ବୁର୍ଲା ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର