ପୀଡିତାଙ୍କ ଗାଁରେ ରାଜନେତା,ମାନବାଧିକାର କର୍ମୀ

ପଟାଙ୍ଗି: କୁନ୍ଦୁଲି ନିକଟସ୍ଥ ଜଙ୍ଗଲରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ କେନ୍ଦ୍ର କରି ତନାଘନା ଜାରି ରହିଛି। ଘଟଣାର ତିନି ଦିନ ପରେ ପୀଡିତାଙ୍କ ଗାଁରେ ପହଞ୍ଚିଛନ୍ତି କଂଗ୍ରେସର ଆଦିବାସୀ ସେଲ ସଭାପତି ପ୍ରଦୀପ ମାଝୀ। ତାଙ୍କ ସହ କୋରାପୁଟ ବିଧାୟକ ତଥା ହରିଜନ ସେଲ ସଭାପତି କୃଷ୍ଣଚନ୍ଦ୍ର ସଗରିଆ, ପୂର୍ବତନ ବିଧାୟକ ନିମାଇଁ ସରକାର, କୋରାପୁଟ ଜିଲ୍ଲା ଆଦିବାସୀ ସେଲ ସଭାପତି ରାମଚନ୍ଦ୍ର କାଡାମ, ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମନୋରଂଜନ ତ୍ରିପାଠୀ, କୋରାପୁଟ ଯୁବ କଂଗ୍ରେସ ସଭାପତି ଶିଶିର ମାଦଳା, କୋରାପୁଟ ମିଡିଆ ସେଲର କମଲ ରାଥୋଡ ପ୍ରମୁଖ ପୀଡିତାଙ୍କ ଗାଁରେ ପହଞ୍ଚି ଜେଜେମା ଏବଂ ଗ୍ରାମବାସୀଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିଥିଲେ।

ଘଟଣାକୁ ନିନ୍ଦା କରିବା ସହ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସାନ୍ତ୍ୱନା ଜଣାଇଥିଲେ। ଏହାପରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେହିପରି ପଟାଙ୍ଗି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପାଙ୍ଗି, ସେମିଲିଗୁଡା ବ୍ଲକ ଅଧ୍ୟକ୍ଷ ଦିନେଶ ଖରା ପୀଡିତାଙ୍କ ଗାଁ ଏବଂ ସୋରିଷପଦର ସ୍କୁଲରେ ପହଞ୍ଚି କର୍ତ୍ତୃପକ୍ଷ ଏବଂ ସହପାଠୀଙ୍କ ସହ ଆଲୋଚନା କରିଥିଲେ। ଘଟଣାକୁ ନିନ୍ଦା କରିବା ସହ ଦୋଷୀକୁ ଚିହ୍ନଟ ପାଇଁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ନିୟୋଜିତ କରିଛନ୍ତି। ତେଣୁ ଯଥାଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବା ସହ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ସେହିଭଳି ମାନବ ଅଧିକାର ସେଲର ଏକ ଦଳ ମଧ୍ୟ ପୀଡିତାଙ୍କ ଗ୍ରାମରେ ପହଞ୍ଚି ପରିବାର ବର୍ଗ ଓ ଗ୍ରାମବାସୀଙ୍କ ସହ ଘଟଣା ସଂପର୍କରେ ପଚାରି ବୁଝିଥିଲେ।

ସମ୍ବନ୍ଧିତ ଖବର