ମୋରମ ଚୋରାଚାଲାଣ, ଜେସିବି ଟ୍ରାକ୍ଟର ଜବତ

କାଳିଆପାଣି: ବେଆଇନ ମୋରମ୍ ଚାଲାଣ ହେଉଥିବା ଅଭିଯୋଗରେ ଆଜି ସୁକିନ୍ଦା ପୁଲିସ ପକ୍ଷରୁ ସଂସାଇଲୋ ପଞ୍ଚାୟତ ପାଟପୁର ଗାଁରେ ଚଢ଼ଉ କରାଯାଇଥିଲା। ଏଠାରୁ ଏକ ଜେସିବି (ଓଡି-୦୬-୬୩୪୫), ଏକ ଟ୍ରାକ୍ଟର (ଓଡି-୦୪କେ-୫୭୯୮) ଓ ଏହାର ଡାଲା(ଓଡି-୦୪କେ-୫୭୯୯) ଜବତ କରାଯାଇଛି।

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସୁକିନ୍ଦା ରଥଛକରୁ ସଂସାଇଲୋ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା କାମ କାର୍ଯ୍ୟାଦେଶ ପାଇଥିବା ଠିକାଦାର ପକ୍ଷରୁ ବେଆଇନ ମୋରମ ଖନନ ଓ ଚାଲାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର