ଅନ୍ୟ ଜାତିର ଝିଅକୁ ବାହା ହେଲେ ପୁଅ, ଆତ୍ମହତ୍ୟା କଲେ ମା’

ଉମରକୋଟ: ପୁଅ ଅନ୍ୟ ଏକ ଜାତିର ଝିଅକୁ ବାହା ହେଇ ଗୋଲା ବୋଲି ମା’ ଆତ୍ମହତ୍ୟା କରିଦେଇଥିବା ପରି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ରାଇଘର ନିକଟସ୍ଥ ଭାରଶୁଣ୍ଡି ଗ୍ରାମର ଶୋଭ। ମାଳି ନିକଟସ୍ଥ ସୋନପୁର ଗ୍ରାମର ଦୁଲାଲ ମାଳିଙ୍କ ସହ ବହୁ ବର୍ଷ ତଳେ ବିବାହ କରିଥିଲେ। ଏମାନଙ୍କ ୨ ପୁଅ ଓ ୨ ଝିଅ ମଧ୍ୟ ଜନ୍ମ ହୋଇଥିଲେ। ୨ ଝିଅ ମଧ୍ୟ ବିବାହ କରିସାରିଛନ୍ତି।

ଗତବର୍ଷ ଶୋଭାଙ୍କର ବଡ଼ ପୁଅ ଅନ୍ୟ ଏକ ଜାତିର ଝିଅକୁ ବିବାହ କରି ଅନ୍ୟତ୍ର ରହୁଥିଲେ। କିନ୍ତୁ ମା’ ଶୋଭା ଏଥିରେ ଘୋର ଅସନ୍ତୋଷ ପ୍ରକଟ କରି ମନ ବିସ୍ଥାପରେ ଥିଲେ ଓ ବର୍ଷ ହେଲା ସେ ସୋନପୁର ଘରେ ନ ରହି ସଂର୍ପକୀୟଙ୍କ ଘରେ ରହି ଆସୁଥିଲେ। ତେବେ କାଲି ମୁ ଭାରଶୁଣ୍ଡି ଗ୍ରାମକୁ ଯିବି ବୋଲି ଭାଇଙ୍କ ଘରେ କହିଥିଲେ।

ତେବେ ଭାଇଙ୍କ ପୁଅ ଲକ୍‌ଡାଉନ୍ ଥିବା ଯୋଗୁ ବସ ନ ଚାଲୁଥିବାରୁ ଅଟୋ ଭଡ଼। କରିଦେବି ଯାଅ ବୋଲି କହିଥିଲେ କିନ୍ତୁ ପିଉସୀ ଶୋଭା କହିଥିଲେ ନା ମୁ ପିଉସ।ଙ୍କୁ ଫୋନ କରିଛି। ସେ ବାଇକ ନେଇ ଉମରକୋଟ ଆସିବେ ତାଙ୍କ ସହ ପଲାଇବି ବୋଲି କହି ଘରୁ ଚାଲି ଚାଲି ବହାରି ପଡିଥିଲେ। ଘର ଲୋକ ମଧ୍ୟ ଭାବିଲେ ସେ ଭାରଶୁଣ୍ଡି ପଳାଇଥିବେ। କିନ୍ତୁ ଆଜି ଖବର ଆସିଲା ଉମରକୋଟ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ୧ ନ ୱାର୍ଡରେ ଆସୁଥିବା ଦର୍ଗ।ଗୁଡା ଗ୍ରାମରେ ଶୋଭା ଏକ ନିମ୍ବ ଗଛରେ ଗୁଡେଇ ଥିବା ସ୍କାର୍ପରେ ବେକରେ ଭିଡ଼ି ଆତ୍ମହତ୍ୟା କରିଥିଲେ। ଖବର ପାଇ ଉମରକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉମରକୋଟ ହସ୍ପିଟାଲ୍ ଆଣି ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି। ଉମରକୋଟ ଥାନା ଏସଆଇ କୁଳଭୂଷଣ ନାୟକ ତଦନ୍ତ କ।ରି ଅଫିସର ଭାବେ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର