ମୁଦିପଡ଼ା ଯାତ୍ରା କମିଟି ସମ୍ପାଦକଙ୍କୁ ହତ୍ୟା ଧମକ

ସମ୍ବଲପୁର: ମୁଦିପଡ଼ା ଶୀତଳଷଷ୍ଠୀ ଯାତ୍ରାକମିଟି ସମ୍ପାଦକ ଦୁର୍ଗାପ୍ରସାଦ ପଟ୍ଟନାୟକଙ୍କୁ ହତ୍ୟା ଧମକ ଦିଆଯାଇଛି। ସୋମବାର ରାତି ପତ୍ରପେଣ୍ଡି ଚାଲିଥିବା ବେଳେ ଜଣେ ଦୁର୍ବୃତ୍ତ ହାତରେ ଭୁଜାଲି ଧରି ମନ୍ଦିର ନିକଟକୁ ଆସିଥିଲା। ଗାଳିଗୁଲଜ କରିବା ସହ ଦୁର୍ଗାଶଙ୍କରଙ୍କୁ ଟଙ୍କା ମାଗିଥିଲା।

ଟଙ୍କା ନ ଦେଲେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। କିଛି ଲୋକ ଆସିବାରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲା। ଏ ନେଇ ସେ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର