ଜମିବାଡ଼ିକୁ କେନ୍ଦ୍ର କରି ବିବାଦ, ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ଗୁରୁତର

ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅନ୍ତର୍ଗତ କାମତା ଗ୍ରାମରେ ଜମିବାଡ଼ିକୁ କେନ୍ଦ୍ର କରି ଦାଦା ପୁତୁରାଙ୍କ ମଧ୍ୟରେ ଚାଲିଥିବା ବିବାଦ ଉଗ୍ରରୂପ ନେଇଛି। ତେବେ ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ପୁତୁରାକୁ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ପ୍ରଥମିକ ଚିକିତ୍ସା ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଦାଦା ଏବଂ ତାଙ୍କ ପୁଅଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠା ଯାଇଥିବା ଥାନା ଅଧିକାରୀ ପ୍ରମୋଦ ନାୟକ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ କାମତା ଗ୍ରାମର ଇସ୍ରାଇଲ ସୁନା ଏବଂ ତାଙ୍କ ପୁତୁରା ବିଭୂତି ସୁନାଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ତେବେ ୨୯ ତାରିଖ ପୂର୍ବାହ୍ନରେ ଦାଦା ପୁତୁରାଙ୍କ ମଧ୍ୟରେ ଉକ୍ତ ଜମକୁ ନେଇ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଦାଦା ଇସ୍ରାଇଲ ସୁନା ଏବଂ ତାଙ୍କ ପୁଅ ତୈଳ ସୁନା ପୁତୁରା ବିଭୂତି ସୁନାଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଟାଙ୍ଗିଆ ଚୋଟରେ ବିଭୂତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଭୂତିଙ୍କୁ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ ପରେ ଇସ୍ରାଇଲ ଏବଂ ତୈଳଙ୍କୁ ପୁଲିସ ପକ୍ଷରୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠେଇ ଦେଇଥୁବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଏ ନେଇ ତେନ୍ତୁଳିଖୁଣ୍ଟି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏସ. ଆଇ ପର୍ଶୁରାମ ସାହୁ କେଶର ଏହାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର