ରାଇଘରରେ ମାଓ ପୋଷ୍ଟର୍ ଓ ଲିଫଲେଟ୍ 

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ 

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ଦପ୍ତରସ୍ଥିତ ବ୍ଲକ କାର୍ଯ୍ୟାଳୟ ଠାରୁ କୁନ୍ଦେଇ ଯିବା ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ପ୍ରାୟ ୪ଶହ ମିଟର ଦୁର ପର୍ଯ୍ୟନ୍ତ ଆଜି ସକାଳୁ  ମାଓ ପୋଷ୍ଟର୍ ଓ ଲିଫ୍ଲେଟ୍ ପଡ଼ିଥିବା ଦେଖିବାକୁ ମିଳିଛି। ଉଦନ୍ତି ଏରିଆ କମିଟି ପକ୍ଷରୁ ଫିଙ୍ଗା ଯାଇଥିବା ଏହି ପୋଷ୍ଟର ଓ ଲିଫ୍ଲେଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କ କାର୍ଯ୍ୟକଳାପକୁ ବିରୋଧ କରିବା ସହିତ ବିଦ୍ୟୁତ ସେବା ଯୋଗାଇ ଦେବାରେ ବିଫଳ ହୋଇଥିବା ଟାଟା ପାୱାରର ମନମୁଖୀ କାର୍ଯ୍ୟ ପ୍ରତି ଅସନ୍ତୋଷ ପ୍ରକାଶ କରାଯାଇଛି।

ଏଥି ପୂର୍ବରୁ ରାଇଘର ବ୍ଲକରେ ମାଓବାଦୀମାନେ ଉପାନ୍ତ ତଥା ସୀମାନ୍ତ ଅଞ୍ଚଳରେ ମାଓ ପୋଷ୍ଟର୍ ବ୍ୟାନର ମାରି ଆସୁଥିବା ବେଳେ ଏବେ ମୁଖ୍ୟ ଦପ୍ତରରେ ଏଭଳି ପୋଷ୍ଟର୍ ଓ ଲିଫଲେଟ୍ ପକାଇ ପୁଲିସକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି।

ସମ୍ବନ୍ଧିତ ଖବର