ଆଫଗାନିସ୍ତାନ ଛାଡ଼ିଥିବା ଶେଷ ଆମେରିକୀୟ ମେଜର୍‌ ଜେନେରାଲ୍ କ୍ରିସ୍‌ ଡନହ୍ୟୁ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷରେ ୨୦ ବର୍ଷର ଯୁଦ୍ଧକୁ ତରବରିଆ ଭାବେ ଶେଷ କରିବାକୁ ଯାଇ ସୋମବାର ରାତିରେ କାବୁଲ୍ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଯୁକ୍ତରାଷ୍ଟ୍ର ଆମେରିକା ତା’ର ଶେଷଦଳକ ସୈନ୍ୟଙ୍କୁ ପ୍ରତ୍ୟାହାର କରି ଆଣିଛି। ପ୍ରତିରକ୍ଷା ବିଭାଗ ସେୟାର୍‌ କରିଥିବା ଗୋଟାଏ ଫଟୋରେ ଦେଖାଯାଉଛି, ଆଫଗାନିସ୍ତାନ ଛାଡ଼ିଥିବା ସବା ଶେଷ ଆମେରିକୀୟ ସୈନିକଜଣକ ହେଉଛନ୍ତି ଆର୍ମି ମେଜର୍‌ ଜେନେରାଲ୍‌ କ୍ରିସ୍‌ ଡନହ୍ୟୁ।

Image Courtesy of NDTV

୧୮ଶ ‘ଏୟାରବୋର୍ଣ୍ଣ କର୍ପସ୍‌’ କାବୁଲ ପରିତ୍ୟାଗ ନିମନ୍ତେ ସବା ଶେଷ ସୈନିକଙ୍କୁ ଡାକିବା ବେଳେ ‘ନାଇଟ୍‌ ଭିଜନ୍‌ ଅପ୍ଟିକ୍’ ବ୍ୟବହୃତ ହୋଇ ଉତ୍ତୋଳନ କରାଯାଇଥିବା ଉକ୍ତ ଫଟୋଗ୍ରାଫ୍‌ରେ ୮୨ତମ ‘ଏୟାର୍‌ବୋର୍ଣ୍ଣ ଡିଭିଜନ୍’ର କମାଣ୍ଡର୍‌ ଜେନେରାଲ୍‌ କ୍ରିସ୍‌ ଡନହ୍ୟୁ ଗୋଟାଏ ପରିବହନ ବିମାନ ଆରୋହଣ କରୁଥିବା ଦୃଶ୍ୟ ରହିଛି। ତାଙ୍କ ବିଦାୟ ସହ ଶେଷ ହୋଇ ଥିଲା ଯୁକ୍ତରାଷ୍ଟ୍ର ଆମେରିକା ଏବଂ ‘ନାଟୋ’ ମେଣ୍ଟଦ୍ବାରା ଦୁଇ ସପ୍ତାହ ଧରି ଆଫଗାନିସ୍ତାନରେ ଚାଲିଥିବା ତରବରିଆ ଜନସ୍ଥାନାନ୍ତରଣ ଅଭିଯାନ।

Image Courtesy of India Today

କାବୁଲ୍‌ରୁ ସୈନ୍ୟ ପ୍ରତ୍ୟାହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଅଗଷ୍ଟ ୩୧ ତାରିଖକୁ ଶେଷ ଦିନ ଭାବେ ଧାର୍ଯ୍ୟ କରିଥିଲା। ହିସାବ ଅନୁସାରେ, ଅଗଷ୍ଟ ୧୪ରୁ ଗତରାତି ପର୍ଯ୍ୟନ୍ତ ୧୨୨,୦୦୦ ‌ବ୍ୟକ୍ତିଙ୍କୁ ବିମାନ ଯୋଗେ ସ୍ଥାନାନ୍ତରିତ କରାଯାଇଛି।

ସଦ୍ୟତମ ସୂଚନା ଅନୁସାରେ, ଆଫଗାନିସ୍ତାନରୁ ତରବରିଆ ଭାବେ ସୈନ୍ୟ ଅପସାରଣ କାରଣ ବିଷୟରେ ରାଷ୍ଟ୍ରପତି ବାଇଡେନ୍‌ ଆଜି ଦେଶବାସୀଙ୍କ ନିକଟରେ ଘୋଷଣା କରିବେ।

ସମ୍ବନ୍ଧିତ ଖବର