ଚନ୍ଦାହାଣ୍ଡି : ବିଦ୍ୟୁତ ବିଭାଗର  ଖାମଖିଆଲି ଯୋଗୁଁ ବୃଦ୍ଧଙ୍କ ମୃତ୍ୟୁ

ଲିଖିତ ପ୍ରତିଶ୍ରୁତି ପରେ ହେଲା  ଶବ ବ୍ୟବଚ୍ଛେଦ

ଚନ୍ଦାହାଣ୍ଡି : ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଚନ୍ଦାହାଣ୍ଡି ଥାନା ଅଧିନସ୍ଥ କୋଇଲିମୁଣ୍ଡା ଗ୍ରାମର ଦିୟାଳୁ ଟାକ୍ରି (୬୫)ଙ୍କ ଆଜି ସକାଳେ ନିଜ ଚାଷ ଜମିକୁ ଯାଇଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।   ସୂଚନା ରୁ ପ୍ରକାଶ ଆଜକୁ ପ୍ରାୟ ତିନି ମାସ ରୁ ଉର୍ଦ୍ଧ୍ବ ହେବ କୋଇଲିମୁଣ୍ଡା ଗ୍ରାମରୁ ଅଳ୍ପ ଦୁର ରେ ୩୩ କେବି ବିଦ୍ୟୁତ ତାର ଛିଣ୍ଡି ଜମି ଉପରେ ପଡିଥିଲା। ଗ୍ରାମ ବାସୀ ସମେତ ମୃତକ ବାରମ୍ବାର ବିଦ୍ୟୁତ ବିଭାଗ କୁ ଅବଗତ କରାଇଥିଲେ ମଧ୍ୟ ବିଭାଗ ତରଫରୁ ବିଦ୍ୟୁତ ସରବରାହ ବିଛିନ୍ନ କରାଯାଇନଥିଲା । ମୃତକ ନିଜେ ମଧ୍ୟ ନିଜର ବାର୍ଧ୍ୟକ୍ୟ ଭତ୍ତା ଟଙ୍କାରୁ ଜୈନେକ ଲାଇନ ମେନକୁ ବିଦ୍ୟୁତ ସରବରାହ ବିଛିନ୍ନ ପାଈଁ ଦୁଇ ଶହ ଟଙ୍କା ଦେଇଥିବା ତାଙ୍କ ପୁଅ ପ୍ରକାଶ କରିଥିଲେ ।
   ମୋଟା ମୋଟି ଭାବେ କହିବାକୁ ଗଲେ ବିଦ୍ୟୁତ ବିଭାଗର ଚରମ ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁଁ ଅନେକ ଧନ ଜୀବନ ହାନି ହୋଇଥିବା ବେଳେ ଏହାର ଏକ ସଦ୍ୟତମ ଉଦାହରଣ ଏଠାରେ ଦେଖିବାକୁ ମିଳିଛି।ବାରମ୍ବାର ଓହଳି ଥିବା ତାର କୁ ସଜାଡିବା ପାଇଁ କହିଥିଲେ ହେ ବିଭାଗୀୟ କର୍ମଚାରୀ ମାନେ ଅତି ଖାମଖିଆଲି ଭାବେ ନେଇଥିବା ରୁ ଏଭଳି ଘଟଣା ଘଟିଥିବା ପରିବାର ବର୍ଗ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଙ୍କୁ କାର୍ଯ୍ୟରୁ ଅନ୍ତର ସାଙ୍ଗ କୁ ମୃତକ ଙ୍କ ପରିବାର ବର୍ଗଙ୍କୁ ଦଶ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ  ସ୍ଥାନୀୟ ଲୋକେ ଦାବି କରିଥିଲେ ।
ଖବର ପାଇ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ ପାଢ଼ୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପାଇ ଚେଷ୍ଟା କରିଥିଲେ । ଏହା ପରେ କଂଗ୍ରେସ ନେତା କ୍ଷେମରାଜ ବାଘ ପହଁଚିଲା ପରେ ସଂପୃକ୍ତ ପରିବାର ବର୍ଗ ଙ୍କୁ ଉଚିତ କ୍ଷତି ପୂରଣ ସାଙ୍ଗ କୁ ବିଦ୍ୟୁତ ବିଭାଗ ଯନ୍ତ୍ରୀ ଙ୍କ ନିଲମ୍ବନ ଦାବି ଜୋର ଧରିଥିଲା ।ଶେଷରେ ଘଟଣା ବିଗିଡି ଯିବା ପରେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ତହସିଲଦାର ହୃଦାନନ୍ଦସିଂମାଝୀ ଘଟଣା ସ୍ଥଳରେ ପହଞ୍ଚି ସେଠାରୁ ଫୋନ ଯୋଗେ ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ସହ କଥା ହୋଇ ସାତ ଦିନ ମଧ୍ୟରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଙ୍କୁ କାର୍ଯ୍ୟ ରୁ ନିଲମ୍ବନ ଓ ମୃତକ ଙ୍କ ପରିବାର ବର୍ଗଙ୍କୁ କ୍ଷତି ପୂରଣ ଦେବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଘଟଣା ଶାନ୍ତ ହୋଇଥିଲା । ଏନେଇ ଚନ୍ଦାହାଣ୍ଡି ଥାନା କେସ୍ ନ ୮୨/୨୦ ପ୍ରକାରେ ଆଇପିସି ଧାରା ୩୦୪(କ) ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଅଭୟ ବେହେରା ପ୍ରକାଶ କରିଛନ୍ତି । ଡ ସଂଗ୍ରାମ ସାହୁ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ବର୍ଗ ଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା ।
ସମ୍ବନ୍ଧିତ ଖବର