ଚୋରି ମାମଲାରେ ଯୁବକ ଗିରଫ

ଚନ୍ଦାହାଣ୍ଡି: ଚନ୍ଦାହାଣ୍ଡି ଥାନା ବେହେରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସାଲେବିଡି ଗ୍ରାମର କୃଷ୍ଣ ବାଘଙ୍କୁ ସାଇକଲ ଚୋରି ମାମଲାରେ ସ୍ଥାନୀୟ ପୁଲିସ ଗିରଫ କରିଥିବା ଜଣାପଡିଛି। ଖବର ନେବାରୁ ଜଣାଗଲା ଯେ, ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ସାଲେବିଡି ଗ୍ରାମର କୈଳାଶ ସୋରି ଗତକାଲି ରାତିରେ ନିଜ ଘର ବାରଣ୍ଡାରେ ସାଇକଲ ରଖିଥିବା ବେଳେ ବିଳମ୍ବିତ ରାତିରେ ତାଙ୍କ ସାଇକଲ ଚୋରି ହୋଇଯାଇଥିଲା। ଏନେଇ କୈଳାଶ ସୋରି ଆଜି ସକାଳେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ।

ଏତଲା ପାଇ ଥାନା ଅଧିକାରୀ ବିଲ ମଙ୍ଗଳ ସେଠୀ ଏବଂ ଏଏସଆଇ ଗୁଣନିଧି ସାହୁ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଉକ୍ତ ସାଇକଲ ସାଲେବିଡି ଗ୍ରାମର କୃଷ୍ଣ ବାଘ ଚୋରି କରିଥିବା ଜାଣି ତାଙ୍କୁ ଗିରଫ କରିବା ସହ ତାଙ୍କ ନାମରେ ଥାନାରେ କେସ ନଂ-୯୫/୧୮ରେ ଏକ ମାମଲା ରୁଜୁ କରି ଥାନାରେ ଅଟକ ରଖିଛି। ପୁଲିସ କୃଷ୍ଣ ବାଘ ଠାରୁ ସାଇକଲ ଉଦ୍ଧାର କରିଥିବା ପ୍ରକାଶ କରିଛି। ଆସନ୍ତାକାଲି ତାଙ୍କୁ ଉମରକୋଟ ପ୍ରଥମ ଶ୍ରେଣୀ ବିଚାରପତିଙ୍କ ଅଦାଲତକୁ ପ୍ରେରଣ କରାଯିବ ବୋଲି ତଦନ୍ତ ଅଧିକାରୀ ଗୁଣନିଧି ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର