ସନ୍ତୋଷୀ ନଗର କଣ୍ଟେନମେଣ୍ଟକୁ ମାନୁନାହାନ୍ତି ଅମାନିଆ, ବାରମ୍ବାର ଭାଙ୍ଗୁଛନ୍ତି ବ୍ୟାରିକେଡ୍ 

ଜୟପୁର: ସହରରେ ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଖାସ୍ କରି କିଛି ସାହି ଓ ଗଳିରେ ସଂକ୍ରମଣ ସଂଖ୍ୟା ଅଧିକା ବି ରହିଛି। ଏହି କ୍ରମରେ ପାରାବେଢ଼ାର ସନ୍ତୋଷୀ ନଗର ୧ମ ଲାଇନରେ ଅଧିକା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହାକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ।

ସାହିର ଦୁଇ ପାର୍ଶ୍ବରେ ବ୍ୟାରିକେଡ୍ ବି ଗତ ୨୪ତାରିଖରେ ଲଗାଯାଇଥିଲା। ସେ ଦିନ ସଂଧ୍ୟାରେ ବି କିଛି ସାହି ବାସିନ୍ଦା ଏହାକୁ ବିରୋଧ କରିଥିଲେ। ସେ ଦିନ ରାତିରେ ବ୍ୟାରିକେଡକୁ ଭାଙ୍ଗି ଦେଇଥିଲେ। ପରେ ପୁଣି ପୌରପ୍ରଶାସନ ପକ୍ଷରୁ ଲଗାଯିବା ପରେ ପୁଣି ଭାଙ୍ଗି ଦେଇଥିଲେ।

ବାରମ୍ବାର ଭାଙ୍ଗୁଥିବାରୁ ପୌରପ୍ରଶାସନ ପକ୍ଷରୁ ଆଉ ବ୍ୟାରିକେଡ୍ ନ କରି ଛାଡି ଦେଇଛି। ପୁଲିସ ଓ ପୌରପ୍ରଶାସନର କଡ଼ା ତାଗିଦ୍ ବି କାମ କରିନି। ଏପରିକି ଏହି କଣ୍ଟେନମେଣ୍ଟ ଜୋନ ମଧ୍ୟକୁ ପନିପରିବାର ବେପାରୀଙ୍କ ଠାରୁ ଆରମ୍ଭ କରି ମାଛ ବିକାଳି ମହିଳାମାନେ ବି ଘରକୁ ଘର ବୁଲି ମାଛ ବିକୁଥିବା ଦେଖିବାକୁ ମିଳିଛି। ସାହିର କିଛି ସଚେତନ ନାଗରିକ ପୌରପ୍ରଶାସନକୁ ଅବଗତ କରିଥିଲେ ହେଁ ପୌରପ୍ରଶାସନ ଆଉ କିଛି କରି ହେବ ନାହିଁ ବୋଲି କହି ହାତ ଟେକି ଦେଇଛି।

ସମ୍ବନ୍ଧିତ ଖବର