ନୂଆପଡା : ବାଘଛାଲ ଜବତ, ମହିଳା ସମେତ ୩ ଗିରଫ

ନୂଆପଡା : ନୂଆପଡା ଜିଲ୍ଲା ସଦର ବ୍ଲକ ସୁନାବେଡା ଅଭୟାରଣ୍ୟ ଟିପାଝର ଗ୍ରାମରୁ ବନ ବିଭାଗ ପକ୍ଷରୁ ଚଢ଼ାଉ କରି ଏକ ବାଘଛାଲ, ବାରହା ମାଂସ ସହ ଆଉ କେତେକ ବେଆଇନ ସାମଗ୍ରୀ ଜବତ କରିଛନ୍ତି । ଏହି ଘଟଣାରେ ବନବିଭାଗ ପକ୍ଷରୁ ଟିପାଝର ଗ୍ରାମର ଜଣେ ମହିଳା ଏବଂ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ଘଟଣାର ତଦନ୍ତ  ଜାରି ରହିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ  ନୂଆପଡା ଏବଂ ଖରିଆର ରୋଡ଼ ବନବିଭାଗର  କର୍ମଚାରୀ ମିଳିତ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ଏକ ବାଘ ଛାଲ, ବାଘ କଟା ମୁଣ୍ଡ ଏବଂ ୧୦କେଜି ବାରହା ମାଂସ ଜବତ କରାଯାଇଛି । ସେହିପରି ଘଟଣା ସ୍ଥଳରୁ ବିପୁଳ ପରିମାଣରେ ଧାରୁଆ ଅସ୍ତ୍ର, ବନ୍ୟ ପ୍ରାଣୀ ଧରିବା ପାଇଁ ବିଭିନ୍ନ ପ୍ରାଣୀ ଧରିବା ଫନ୍ଦା ମଧ୍ୟ ଜବତ କରିଛନ୍ତି । ଟିପାଝର ଗ୍ରାମରେ ଜବତ ହୋଇଥିବା ବାଘ ଛାଲ। ଜବତ ବେଳେ ଏସିଏଫ ଜୟରାମ ଶବର, ରେଞ୍ଜର ନୂଆପଡା ବନିତା ଭୋଇ, ଖରିଆର ରୋଡ଼ ରେଞ୍ଜର ନିରଞ୍ଜନ ମାଝୀ, ନୂଆପଡା ଫରେଷ୍ଟର ଗୋପାଳ ମହାନନ୍ଦ ସହ ଦୁଇ ଗୋଟି ବନ ବିଭାଗ କର୍ମଚାରୀ ଚଢ଼ାଉରେ ଯାଇଥିଲେ।

ସମ୍ବନ୍ଧିତ ଖବର