ପଞ୍ଚାୟତର ବିକାଶ ପାଇଁ ନିର୍ବାଚନ ମଇଦାନରେ ୯ ମାସର ଗର୍ଭବତୀ ମହିଳା

ନୂଆପଡ଼ା: ପଞ୍ଚାୟତର ବିକାଶ ପାଇଁ ୯ ମାସର ଗର୍ଭବତୀ ସାହିପାଲ ଗ୍ରାମର ପ୍ରିୟଙ୍କା ସାହୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ପଞ୍ଚାୟତରେ ଦିନକୁ ଦିନ ଦୁର୍ନୀତି ବଢିଚାଲିଥିବାରୁ ଏଥିରେ ଅତିଷ୍ଠ ହୋଇ ୯ ମାସର ଗର୍ଭବତୀ ପ୍ରିୟଙ୍କା ସରପଞ୍ଚ ପଦବି ଲାଗି ପ୍ରାର୍ଥୀ ହୋଇଛନ୍ତି।।

ପ୍ରିୟଙ୍କା ସକାଳୁ ସକାଳୁ ପ୍ରଚାର କରୁଛନ୍ତି। ସେ ଅଭିଯୋଗ କରିଛନ୍ତି ଏଠାକାର ବହୁ ଗରିବ ରାସନକାର୍ଡ ଓ ଭତ୍ତା ପାଇନାହାନ୍ତି। ଆବାସ ଘର ପାଇ ନାହାନ୍ତି। ନିର୍ବାଚନରେ ବିଜୟୀ ହେଲେ ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଝିବି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର