ନିଆଁରେ ପୋଡି ହୋଇ ବୃଦ୍ଧଙ୍କ ମୃତ୍ୟୁ

ରାଇରଙ୍ଗପୁର/ସୁଲେଇପାଟ: ମୟୂରଭଂଜ ଜିଲ୍ଲା ବାଦାମପହାଡ଼ ଥାନା ଅର୍ନ୍ତଗତ ନଗଳଶିଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ ନଗଳଶିଳା ଗ୍ରାମେ ସର୍ଗତଃ ଅଙ୍କୁରା ନାଏକଙ୍କ ସୋମବାରୀ ନାଏକ(୬୫) ଘରେ ଏକୁଟିଆ ରହୁଥିଲେ ତେବେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତାପର ଦିନ ସକାଳୁ ଗ୍ରାମବାସୀ ମାନେ ଜାଣିବା ପରେ ପୁଲିସକୁ ଖବର ଦେବା ପରେ ପୁଲିସ ପହଂଚି ଶବକୁ ଜବତ କରି ବ୍ୟବଛେଦ କରି କେସ୍ ନଂ ୭/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ନିଆଁ କେମିତି ଲାଗିଲା ତାହା ଜଣାପଡ଼ିନି।

ସମ୍ବନ୍ଧିତ ଖବର