୨୫ ହଜାର ଟଙ୍କାର ସାଇଜ କାଠ ଜବତ, ଜଣେ ଗିରଫ

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ ବନାଞ୍ଚଳର ଗୁଟୁଲି ଗୁଡା ଗ୍ରାମ ନିକଟରେ ଶାଳ ସାଇଜ କାଠ ବେ‌ଝେଇ ହୋଇଥିବା ଏକ ଟାଟା ଏସିଇ ଗାଡିକୁ ବନ ବିଭାଗ ଜବତ କରିଛି। ଏଥିସହ ଏହି କାଠ ଚାଲାଣ କରୁଥିବା ଅଭିଯୋଗରେ ଜ‌ଣକୁ ଗିରଫ କରିଥିବା ରେଞ୍ଜର ବିମ୍ବାଧର ସାହୁ ସୂଚନା ଦେଇଛନ୍ତି। ଜବତ ଗାଡିରେ ୩୫ ଖଣ୍ଡ ଶାଳ ସାଇଜ କାଠ ରହିଥିବା ବେଳେ ତାର ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଏହି କାଠ ଚାଲାଣ ହେଉଥିବା ‌ଖବର ପାଇ ରେଞ୍ଜରଙ୍କ ନେତୃତ୍ବରେ ବନପାଳ ସୁକାନ୍ତ ନାୟକ ଓ ବନରକ୍ଷୀ ଅବ୍ୟକ୍ତନ୍ତାନନ୍ଦ ସ୍ବାମୀ ଏବଂ ବନକର୍ମଚାରୀ ମାନେ ମିଳିତ ଭାବେ ଚଢାଉ କରିଥିଲେ। ଏଥିରେ ଚୋରା କାଠ ଜବତ କରିବା ସହ ଗାଡିର ଚାଳକ ବଡ଼କୋଦଣ୍ଡା ଗ୍ରାମର ତ୍ରିନାଥ ଡାକୁଆକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏସଂର୍ପକରେ କେସ୍‌ ନମ୍ବର ୩୮୫ରେ ଏକ ମାମଲା ରୁଜୁ ହୋଇଥିବା ରେଞ୍ଜର ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର