କଳାହାଣ୍ଡି ଜିଲ୍ଲାରେ ଆଉଜଣେ କରୋନା ଯୋଦ୍ଧାଙ୍କ ଦେହାନ୍ତ 

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଜଣେ କରୋନା ଯୋଦ୍ଧା କରୋନାରେ ମୃତ୍ୟୁ ହେବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ଖେଳିଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ  ତିଳଯୋଡି ଗାଁର  ଦୟାନିଧି ସାହୁ(୫୩) ସଦର ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ l  ଦୟାନିଧିଙ୍କ ଦେହ ଅସୁସ୍ଥ ହେବାରୁ ଗତ ୧୨ ତାରିଖ ଦିନ ଭବାନୀପାଟଣା ସଦରମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ କୋଭିଡ ପରୀକ୍ଷା କରିବା ପରେ ତାଙ୍କ ନେଗେଟିଭ ବାହାରିଥିଲା । ଗତ ୧୫ ତାରିଖ ଦିନ ଦୟାନିଧିଙ୍କ  ବ୍ଲଡ଼ପ୍ରେସର ଓ ସୁଗର ଅତି ମାତ୍ରାରେ ବୃଦ୍ଧି ହେବା ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଗତ ୧୬ ତାରିଖ ଦିନ ପୁଣି କୋଭିଡ ପରୀକ୍ଷା କରାଯିବା ପରେ ତାଙ୍କୁ କରୋନା ଥିବା ଜଣାପଡିଥିଲା । ପରେ ୧୬ ତାରିଖ ମଧ୍ୟରାତ୍ରିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।  ଆଜି ସରକାରୀ ଭାବେ ଭବାନୀପାଟଣା ସଦରଥାନାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
ସମ୍ବନ୍ଧିତ ଖବର