ତାଲା କାଟି ଘରୁ ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଧାନହରା ଗ୍ରାମର ଶାନ୍ତିଲତା ଦାସଙ୍କ ଘରୁ ଗତ ରବିବାର ବଡ଼ ଧରଣର ଚୋରି ହୋଇଛି । ଘର ତାଲା କାଟି ନଗଦ ଟଙ୍କା, ସୁନା ଗହଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ଦୁର୍ବୃତ୍ତ ଲୁଟି ନେଇଛନ୍ତି । ଲୁଟ ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ , ଶାନ୍ତିଲତା ବାରିଲୋ ଗ୍ରାମରେ ରହୁଥିବା ତାଙ୍କ ମା’ଙ୍କ ପାଖକୁ ରବିବାର ଯାଇଥିଲେ। ଚୋରି ହୋଇଥିବା ଖବର ପାଇ ଶାନ୍ତିଲତା ଘରେ ପହଁଞ୍ଚି ଥିଲେ । ତାଲା କଟା ହୋଇ ତଳେ ପଡିଥିଲା । ଶୋଇବା ଘରେ ଥିବା ୨ ଟି ଆଲମିରା କବାଟ ଭଙ୍ଗା ଯିବା ସହ ଘର ସାରା ଜିନିଷ ଖେଳେଇ ହୋଇ ପଡିଥିବା ଦେଖିବାକୁ ପାଇଥିଲେ । ଏବଂ ଜାଣିବାକୁ ପାଇଥିଲେ ଯେ ନଗଦ ୨୦ ହଜାର ଟଙ୍କା , ୪ ପଟ ସୁନା ଚୁଡ଼ି , ୧ ସୁନା ମୁଦି , ୧ ପାଣି ମଟର , ଭିଆପି ସୁଟକେଶ ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ।

ଏହି ଥାନା ଅଞ୍ଚଳରେ ବ୍ରାଉନସୁଗାର ଏବଂ ଚୋରା ନିଶା କାରବାର ବୃଦ୍ଧି ପାଉଛି । ସେଥିପାଇଁ ଚୋରି , ଲୁଟ ବଢ଼ୁଥିବା ସାଧାରଣରେ ଅଭିଯୋଗ ହେଉଛି । ପୁଲିସ ବହୁ ଚୋରି ଘଟଣାର ପର୍ଦାଫାଶ କରିପାରୁ ନାହିଁ । ପୁଲିସର ନିଷ୍କ୍ରୟତା ଯୋଗୁଁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି ।

ସମ୍ବନ୍ଧିତ ଖବର