ଏମ୍‌ସରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ

ଭଦ୍ରକ: ବରିଷ୍ଠ ବ‌ିଜେପି ନେତା ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ଭୁବନେଶ୍ବରସ୍ଥିତ ବାସଭବନରେ ଥିବାବେଳେ ଶ୍ରୀ ସେଠୀ ଆଜି ଅସୁସ୍ଥ ହୋଇ ପଡ଼ିଥିଲେ। ଏମ୍‌ସରେ ତାଙ୍କର କୋଭିଡ୍ ଟେଷ୍ଟ କରାଯିବା ପରେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ରକ୍ତ ଶର୍କରା ସ୍ତର ଅଧିକ ଥିବାରୁ ତାଙ୍କୁ ସ୍ବତନ୍ତ୍ର ଡାକ୍ତରୀ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ସେଠୀ ବ‌ିଜେପିର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା। ଏହାଛଡ଼ା ଜଣେ ସାହିତ୍ୟିକ ଓ କବି ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ନିଜର ସ୍ପଷ୍ଟ ଆଭିମୁଖ୍ୟ ଓ ରୋକଠୋକ୍ କଥା ପାଇଁ ବିଷ୍ଣୁ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚିତ। କରୋନାରେ ଆକ୍ରାନ୍ତ ହେବା କଥା‌ ପ୍ରଚାରିତ ହେବା ପରେ ବହୁ ବିଧାୟକ, ଶୁଭେଚ୍ଛୁ ଓ ଦଳୀୟ କର୍ମକର୍ତ୍ତା ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ କୁମାର ପାଢ଼ୀ, ଜିଲ୍ଲା ସାଧାରଣ ସଂପାଦକ ଶଶୀକାନ୍ତ ବିଶ୍ବାଳଙ୍କ ସମେତ ନିର୍ବାଚନମଣ୍ଡଳୀ ବାସିନ୍ଦା ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର