ଗ୍ରାମ ପଂଚାୟତ କର୍ମଚାରୀ ସଂଘର ଜରୁରୀ ବୈଠକ

ଖୋର୍ଦ୍ଧା: ଓଡ଼ିଶା ଗ୍ରାମ ପଂଚାୟତ କର୍ମଚାରୀ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ କର୍ମଚାରୀଙ୍କ ସମସ୍ୟା ଓ ଆଗାମୀ ଆନ୍ଦୋଳନର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତକାଲି ମା’ ବାଟ ବଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ରାକେଶ ନାୟକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ସେନାପତି, ମୁଖ୍ୟବକ୍ତା ଭାବେ ରାଜ୍ୟ ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳ ଯୋଗ ଦେଇଥିଲେ। ଏହି ବୈଠକରେ ସଂଘର ଅନ୍ୟ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ବ୍ଲକର କର୍ମଚାରୀ ମଧ୍ୟ ଯୋଗ ଦେଇଥିଲେ।

ବୈଠକରେ ଜିଲ୍ଲାର ୧୯୦ଟି ପଂଚାୟତ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ୧୪୯ଜଣ ପଂଚାୟତ ପିଅନ, ୧୯ଜଣ ରାତ୍ରି ଜଗୁଆଳୀ, ୭ ଜଣ ସୁଇପରଙ୍କ ନିୟମିତ ଦରମା, ସ୍ଥାୟୀ ନିଯୁକ୍ତି ଓ ସମାନ କାମକୁ ସମାନ ଦରମା ଆଦି ସମସ୍ୟାର ସମାଧାନ ଏଯାଏଁ ହୋଇପାରିନାହିଁ। ଏନେଇ ଅନେକ ଥର ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି, ଧାରଣା ଓ ଆନ୍ଦୋଳନ କରାଯାଇଛି କିନ୍ତୁ ସରକାର ସେମାନଙ୍କ ଦାବିକୁ ଅଣଦେଖା କରୁଛନ୍ତି। ଏଣୁ ତୁରନ୍ତ ସେମାନଙ୍କ ଦାବି ପୁରଣ ନହେଲେ ବିଧାନସଭା ବେଳେ ସେମାନଙ୍କ ପରିବାର ସହ ରାଜରାସ୍ତାରେ ଧାରଣାରେ ବସିବେ ବୋଲି ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର