ଚୋରାରେ ଚାଲାଣ ହେଉଥିବା ଗହମ ବୋଝେଇ ପିକଅପ ଗାଡ଼ି ଜବତ

ଭଦ୍ରକ: ଧାମନଗର ପୁଲିସ ଆଜି ଚୋରାରେ ଚାଲାଣ ହେଉଥିବା ଏକ ଗହମ ବୋଝେଇ ପିକଅପ ଗାଡ଼ି ଜବତ କରିଛି। ଜବତ ଗାଡ଼ିରେ ୪୨ବସ୍ତା ଗହମ ଥିବା ବେଳେ ଏହାର ଆନୁମାନିକ ଓଜନ ୨୦କୁଇଣ୍ଟାଲ ହେବ ବୋଲି ଜଣାଯାଇଛି। ରବିବାର ସନ୍ଧ୍ୟାରେ କୋଭିଡ-୧୯ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଷ୍ଟିକର ଲଗାଥିବା ଏକ ପିକ ଅପ ଭ୍ୟାନରେ ଗହମ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଧାମନଗର ପୁଲିସ ଖବର ପାଇଥିଲା।ପୁଲିସ ଏହି ଗାଡିକୁ ରାସ୍ତାରୁ ଧରି ଥାନାକୁ ଆଣିବା ସହ ଡ୍ରାଇଭରକୁ ଅଟକ ରଖିଛି।କିନ୍ତୁ କିଏ କେଉଁଠିକୁ ଏହି ଗହମ ଚାଲାଣ କରୁଥିଲା ତାହା ଜଣା ପଡ଼ିନି।ପୁଲିସ ଠାରୁ ସୂଚନା ପାଇ ଧାମନଗର ଯୋଗାଣ ନିରୀକ୍ଷକ ଏବଂ ସିଡିପିଓ ଥାନାରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର