ଚାଷୀଙ୍କ ମହାନତା: ୬୮ ହଜାର ଟଙ୍କା ଖର୍ଚ୍ଚ କରି ଶ୍ରମିକଙ୍କ ପାଇଁ ବୁକ୍‌ କଲେ ବିମାନ ଟିକେଟ୍‌

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘରକୁ ପଠାଇବା ପାଇଁ ପୂର୍ବରୁ ଅନେକ ସେଲିବ୍ରେଟି ନିଜର ସହାୟତାର ହାତ ବଢ଼ାଇଥିବା ବେଳେ ଏବେ ଏପରି ଏକ ମହାନ କାମରେ ଯୋଡ଼ି ହୋଇଛନ୍ତି ରାଜଧାନୀ ଦିଲ୍ଲୀର ଜଣେ ଚାଷୀ। ଛତୁ ଫାର୍ମର ଏହି ମାଲିକ ଜଣକ ୧୦ ଜଣ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇବାର ବନ୍ଦୋବସ୍ତ କରି ଦେଇଛନ୍ତି।

ଶ୍ରମିକମାନେ ଏହି ଚାଷୀଙ୍କ ଛତୁ ଫାର୍ମରେ କାମ କରୁଥଲେ। ସେମାନଙ୍କ ଘର ବିହାର। ସେମାନଙ୍କୁ ସେମାନଙ୍କ ଘରକୁ ପଠାଇବା ପାଇଁ ବ୍ୟକ୍ତି ଜଣକ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ଟିକେଟ୍‌ ବୁକ୍‌ କରି ନିଜର ମହାନତା ଦେଖାଇଛନ୍ତି।

ଚାଷୀଙ୍କ ଏହି ମହାନତା ପାଇଁ ଦେଶର ହଜାର ହଜାର ଶ୍ରମିକଙ୍କ ପରି ଏହି ୧୦ ଶ୍ରମିକଙ୍କୁ ସେମାନଙ୍କ ପାଦରେ, ସାଇକେଲ୍‌ରେ, ଟ୍ରକ୍‌ ପଛରେ ଓହଳି ଯାତ୍ରା କରିବାକୁ ପଡ଼ିନାହିଁ କି ଶ୍ରମିକ ଟ୍ରେନ୍‌କୁ ଅପେକ୍ଷା କରିବାର କଷ୍ଟ ସହିବାକୁ ମଧ୍ୟ ପଡ଼ିନାହିଁ।

ଏହି ୧୦ ଜଣ ଶ୍ରମିକ ଗୁରୁବାର ସକାଳୁ ଦିଲ୍ଲୀରୁ ପାଟ୍‌ନା ଉଡ଼ାଣ ଭରିବେ। ପାଟ୍‌ନାରେ ପହଞ୍ଚିବା ପରେ ସେମାନେ ନିଜ ପର୍ଯ୍ୟନ୍ତ ବସ୍‌ କିମ୍ବା ଟ୍ରେନ୍‌ରେ ଯାତ୍ରା କରିବେ ବୋଲି ସୂଚନା ରହିଛି। ସେମାନଙ୍କ ଗାଁ ହେଉଛି ସମସ୍ତିପୁର ଜିଲ୍ଲାର ସ୍ରିପୁର ଗହର। ସେମାନଙ୍କ ଗ୍ରାମକୁ ଯିବା ପାଇଁ ଯାହା ଖର୍ଚ୍ଚ ଲାଗିବ ତାହାକୁ ମାଲିକ ପାପନ ସିଂହ ଗହଲତ୍‌ ତୁଲାଉଛନ୍ତି। ପାପନ ସିଂହ ବିମାନ ଟିକେଟ୍‌ କରିଦେବା ପରେ ତାଙ୍କ କର୍ମଚାରୀଙ୍କ ହାତରେ ହାତଖର୍ଚ୍ଚ ବି ଦେଇ ବିଦା କରୁଛନ୍ତି। ସମସ୍ତ ବିମାନ ଟିକେଟ୍‌ରେ ଗହଲତ ୬୮ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି।

ସମ୍ବନ୍ଧିତ ଖବର